Major Breakthrough in Laxmisagar Robbery: ଲକ୍ଷ୍ମୀସାଗରରୁ ଲୁଟ ଅସ୍ତରଙ୍ଗରୁ ଜବତ ୫୪ ଲକ୍ଷ, ଅଭିଯୁକ୍ତ ଫେରାର୍

Sep 08, 2026 - 15:53
Major Breakthrough in Laxmisagar Robbery: ଲକ୍ଷ୍ମୀସାଗରରୁ ଲୁଟ ଅସ୍ତରଙ୍ଗରୁ ଜବତ ୫୪ ଲକ୍ଷ, ଅଭିଯୁକ୍ତ ଫେରାର୍

ଲକ୍ଷ୍ମୀସାଗରରୁ ଲୁଟ ଅସ୍ତରଙ୍ଗରୁ ଜବତ। ଚଢାଉ ବେଳେ ମିଳିଲା ନଗଦ ୫୪ ଲକ୍ଷ ଟଙ୍କା। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ନଗରରୁ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରୁ ୬୬ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଯନ୍ତ୍ରୀଙ୍କ ଘରେ କାମ କରୁଥିବା ବିକାଶ ବିଶ୍ୱାଳ ଚୋରି କରିଥିବା ସନ୍ଦେହ କରି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। 

ମିଳିଥିବା ସିସିଟିଭି ଫୁଟେଜ୍ ଏବଂ ଅଭିଯୋଗ ଆଧାରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାହୁଢିଅ ଗାଁର ବିକାଶଙ୍କ ଘରେ ଚଢାଉ କରିଥିଲେ କମିଶନରେଟ ପୋଲିସ ଓ ଅସ୍ତରଙ୍ଗ ମେରାଇନ୍ ପୋଲିସ୍। ଚଢାଉ ବେଳେ ନଗଦ ୫୪ଲକ୍ଷ ୮୦ ହଜାର ଟଙ୍କା ସହ ଏକ କାର ଜବତ କରାଯାଇଛି। ବିକାଶ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ତଦନ୍ତ ଜାରି ରଖିଛି। ଇପିଏଫ ଟଙ୍କା ଉଠାଇ ଘରେ ରଖିଥିବା ବେଳେ ଚୋରି ହୋଇଥିବା ସୂଚନା।  

ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରୁ ୬୫ ଲକ୍ଷ ଚୋରି ଅଭିଯୋଗ
ଅସ୍ତରଙ୍ଗ ବାହୁଢିଅ ଗାଁର ଜଣଙ୍କ ଘରୁ ୫୪ ଲକ୍ଷ ଚୋରି ଟଙ୍କା ଜବତ
କମିଶନରେଟ ଓ ଅସ୍ତରଙ୍ଗ ମେରାଇନ ପୋଲିସ ଚଢ଼ାଉ କରି ଜବତ କଲା
ଚଢ଼ାଉ ବେଳେ ଅଭିଯୁକ୍ତ ଫେରାର୍, ଘରୁ କାର ମଧ୍ୟ ଜବତ
ଅଭିଯୁକ୍ତ ଯନ୍ତ୍ରୀଙ୍କ ଘରେ କେୟାର ଟେକର୍ ଭାବେ କାମ କରୁଥିଲେ
ଯନ୍ତ୍ରୀ ଜଣଙ୍କ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ସୂଚନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।