Five-Year Stipend Delay: ଷ୍ଟାଇପେଣ୍ଟ ପଇସା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ; ୫ବର୍ଷ ହେବ ଦେଇନାହାନ୍ତି ପ୍ରଧାନ ଶିକ୍ଷକ

Sep 11, 2026 - 19:42
Five-Year Stipend Delay: ଷ୍ଟାଇପେଣ୍ଟ ପଇସା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ; ୫ବର୍ଷ ହେବ ଦେଇନାହାନ୍ତି ପ୍ରଧାନ ଶିକ୍ଷକ

ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଟ ପଇସା ପାଞ୍ଚ ବର୍ଷ ହେବ ଦେଇ ନାହାନ୍ତି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ଆଣିଛନ୍ତି ଅଭିଭାବକ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ବାମ୍ଫିଡି ଗ୍ରାମରେ ଥିବା ସରକାରୀ ଉପ୍ରା ପ୍ରାଥମିକ ବିଦ୍ୟାଳୟରେ। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ଏହି ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ଉମାକାନ୍ତ ଜେନା ଦାୟିତ୍ୱ ତୁଲାଉଛନ୍ତି। 

ଶିକ୍ଷକଙ୍କ ବିରୋଧରେ ଗରିବ ST/SC ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଟଙ୍କା ଦୀର୍ଘ ପାଞ୍ଚ ବର୍ଷ ଧରି ଦିଆଯାଇନଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଘଷିପୁରା ବ୍ଲକ୍ ଗୋଷ୍ଠୀ ଶିକ୍ଷାଧିକାରୀ ସଦ୍ୟସ୍ମାନ ପଣ୍ଡାଙ୍କୁ ପଚାରିବାରୁ, ଅଭିଯୋଗ ସତ୍ୟ କହିବା ସହ ଏହି ବିଷୟରେ ଜାଣିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ଜେନାଙ୍କ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି।

  • ଷ୍ଟାଇପେଣ୍ଟ ପଇସା ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ
  • ୫ବର୍ଷ ହେବ ଷ୍ଟାଇପେଣ୍ଟ ପଇସା ଦେଇନାହାନ୍ତି ପ୍ରଧାନ ଶିକ୍ଷକ
  • କେନ୍ଦୁଝର ଜିଲ୍ଲା ବାମ୍ଫିଡି ଗାଁରୁ ଆସିଛି ଅଭିଯୋଗ 
  • ଘଟଣା ସତ୍ୟ, ତଦନ୍ତ ହେବ କହିଲେ ବ୍ଲକ ଶିକ୍ଷାଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।