Flash Floods Sweep Away Villages In Nepal: ତିବ୍ବତ ସୀମାରେ ପ୍ରକୃତିର ତାଣ୍ଡବ, ବନ୍ୟାରେ ଛାରଖାର ନେପାଳ
ନେପାଳରେ ପ୍ରକୃତିର ତାଣ୍ଡବ। ତିବ୍ବତ ସୀମା ନିକଟରେ ହଠାତ୍ ଆସିଥିବା ଭୟଙ୍କର ବନ୍ୟାରେ ଏକାଧିକ ଗାଁ ପାଣିରେ ଭାସିଯାଇଛି। ଏହି ବିପର୍ଯ୍ୟୟରେ ଅତି କମରେ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକଙ୍କ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।
ରାସୁୱା ଜିଲ୍ଲାର ସ୍ୟାପ୍ରୁ ବେସି ଓ ତିମୁରେ ଅଞ୍ଚଳରେ ବନ୍ୟାର ପ୍ରକୋପ ସବୁଠାରୁ ଅଧିକ ରହିଛି। ଭୋଟେ କୋଶି ନଦୀର ଜଳ ହଠାତ୍ ବଢ଼ିଯିବାରୁ ନଦୀକୂଳର ଗାଁ, ରାସ୍ତା, ବ୍ରିଜ୍ ଏବଂ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ଯେ ପାଣିର ପ୍ରବାହ ଅଧିକ ରହିଥିବାରୁ ଉଦ୍ଧାରକାରୀ ହେଲିକପ୍ଟର ମଧ୍ୟ ପ୍ରଭାବିତ ଅଞ୍ଚଳରେ ଅବତରଣ କରିପାରୁନାହିଁ।
भोटेकोसी नदी रसुवामा तिब्बत तर्फबाट ठुलो बाढी प्रवेश गरेकोले अर्को सूचना नआउँदासम्म त्रीशुली नदीको तटिय क्षेत्रका जिल्लाहरु नुवाकोट, धादिङ, चितवन, गोरखा लगायतका स्थानहरूमा उच्च सतर्कता सहित सुरक्षित स्थानमा रहन अनुरोध छ। pic.twitter.com/Zun6icZZCM
— Nepal Police (@NepalPoliceHQ) August 26, 2026
ସ୍ଥାନୀୟ ପ୍ରଶାସନ ନଦୀକୂଳରେ ରହୁଥିବା ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସବୁକିଛି ଏତେ ହଠାତ୍ ଘଟିଥିଲା ଯେ ଲୋକେ ଏକ ବିସ୍ଫୋରଣ ଭଳି ଭୟଙ୍କର ଶବ୍ଦ ଶୁଣି ଭୟରେ ଦୌଡ଼ି ପଳାଇଥିଲେ।
ଏହି ବିପର୍ଯ୍ୟୟର ପ୍ରଭାବ କେବଳ ନେପାଳରେ ସୀମିତ ନାହିଁ। ସୀମାପାର ଚୀନ୍ର ତିବ୍ବତ ଅଞ୍ଚଳର ଗ୍ୟିରୋଙ୍ଗ ମଧ୍ୟ ପ୍ରଭାବିତ ହୋଇଛି। ଭୂସ୍ଖଳନ ଯୋଗୁଁ ଚୀନ୍-ନେପାଳ ମଧ୍ୟରେ ଥିବା ଏକ ସୀମାପଥ ବନ୍ଦ ହୋଇଯାଇଛି। ରାସ୍ତା, ଯୋଗାଯୋଗ ବ୍ୟବସ୍ଥା ଓ ବିଦ୍ୟୁତ୍ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।
This is the condition of Nepal after a horrible flash flood hit it's key places and one of the biggest rivers 😫😫 pic.twitter.com/gV3RWfxfQu
— Wave function 😎 (@itheschrodinger) August 26, 2026
ନେପାଳର ଶକ୍ତି ମନ୍ତ୍ରଣାଳୟ ଅନୁସାରେ, ବନ୍ୟା ଯୋଗୁଁ ପ୍ରାୟ ୪୩୦ ମେଗାୱାଟ୍ ବିଦ୍ୟୁତ୍ କ୍ଷମତା ପ୍ରଭାବିତ ହୋଇଛି। ଦେଶର ମୋଟ ଜଳବିଦ୍ୟୁତ୍ କ୍ଷମତାର ଏହା ୧୨ ପ୍ରତିଶତରୁ ଅଧିକ।
ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ନିର୍ଦ୍ଦେଶରେ ପୋଲିସ ଓ ସେନା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି। ନିମ୍ନାଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ନଦୀକୂଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତବର୍ଷ ମଧ୍ୟ ଏହି ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ଆସି ୯ ଜଣଙ୍କ ଜୀବନ ଯାଇଥିଲା ଏବଂ ୨୪ ଜଣ ନିଖୋଜ ହୋଇଥିଲେ। ସେତେବେଳେ ତିବ୍ବତର ଏକ ଗ୍ଲେସିୟର ହ୍ରଦ ଖାଲି ହୋଇଯିବା ଫଳରେ ବନ୍ୟା ଆସିଥିବା କୁହାଯାଇଥିଲା। ଏଥରର ବନ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ଚିନ୍ତା ଆହୁରି ବଢ଼ିଛି।
🚨 BREAKING: A massive flash flood has surged through Nepal’s Bhote Koshi River, devastating parts of Rasuwa district near the Tibet border.
— Kailash Vashi (@KailashVashi) August 26, 2026
Homes, vehicles, bridges and major infrastructure projects have been damaged as raging floodwaters tore through the area. pic.twitter.com/dGTHFXvI4A
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।