International Dog Day: ଡଗ୍ ଡେ’ରେ ସେଲିବ୍ରିଟିଙ୍କ ପେଟ୍ ଲଭ୍! ଡଗ୍ ପ୍ରେମରେ ବୁଡ଼ିଛନ୍ତି ଶିଳ୍ପା, ସଲମାନଙ୍କ ସମେତ ଏହି ଷ୍ଟାର
ଆଜି ଅଗଷ୍ଟ ୨୬, ବିଶ୍ୱ ପାଳନ କରୁଛି ଆନ୍ତର୍ଜାତୀୟ କୁକୁର ଦିବସ। ପୋଷା କୁକୁରଙ୍କ (Pet Dog) ପ୍ରତି ଭଲପାଇବା, ସେମାନଙ୍କ ଯତ୍ନ ଏବଂ ମଣିଷ-ପଶୁ ମଧ୍ୟରେ ଥିବା ନିଆରା ସମ୍ପର୍କକୁ ସେଲିବ୍ରେଟ୍ କରିବାର ଏହା ଏକ ବିଶେଷ ଦିନ। ବଲିଉଡ୍ର ଅନେକ ତାରକା ମଧ୍ୟ ନିଜ ପୋଷା କୁକୁରଙ୍କୁ ପରିବାରର ସଦସ୍ୟ ଭଳି ଭଲ ପାଆନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ସହ ଫଟୋ ଓ ଭିଡିଓ ଶେୟାର କରି ଷ୍ଟାରମାନେ ନିଜ ଭଲପାଇବା ପ୍ରକାଶ କରିଛନ୍ତି।
ଆସନ୍ତୁ ଜାଣିବା, କେଉଁ ବଲିଉଡ୍ ସେଲିବ୍ରିଟି ନିଜ ପୋଷା କୁକୁରଙ୍କ ପାଇଁ କେତେ ପାଗଳ।
ଶିଳ୍ପାଙ୍କ ପେଟ୍ ଡଗ୍ ‘ଟ୍ରଫଲ୍’
ଆନ୍ତର୍ଜାତୀୟ କୁକୁର ଦିବସ ଅବସରରେ ଶିଳ୍ପା ଶେଟ୍ଟୀ ନିଜ ପେଟ୍ ଡଗ୍ ‘ଟ୍ରଫଲ୍’ ସହ ଅନେକ ଫଟୋ ଶେୟାର କରିଛନ୍ତି। ଶିଳ୍ପା ନିଜ ପୋଷ୍ଟରେ ଟ୍ରଫଲ୍କୁ ନେଇ ଖୁବ ଭାବପ୍ରବଣ କଥା ଲେଖିଛନ୍ତି। ତାଙ୍କ କହିବା ଅନୁସାରେ, ଆକାରରେ ଛୋଟ ହୋଇଥିଲେ ମଧ୍ୟ ଟ୍ରଫଲ୍ ନିଜ ଛୋଟ ଛୋଟ ପାଦରେ ପୂରା ଘରକୁ ନିଜ ଇଚ୍ଛାରେ ଚଳାଉଛି। ଏହା ସହ ତାଙ୍କୁ ନିଜ ମା’ ଭାବେ ବାଛିଥିବାରୁ ଟ୍ରଫଲ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଖୁସି କପୁରଙ୍କ ‘ପପି ପ୍ଲେସ୍’
ଖୁସି କପୁର ମଧ୍ୟ ନିଜ ପେଟ୍ ଡଗ୍ଙ୍କ ସହ ଖୁବ ଘନିଷ୍ଠ। ସେ ପ୍ରାୟତଃ ସୋସିଆଲ ମିଡିଆରେ ଡଗ୍ଙ୍କ ସହ ଫଟୋ ଶେୟାର କରନ୍ତି।
ଆନ୍ତର୍ଜାତୀୟ କୁକୁର ଦିବସରେ ଖୁସି ମଧ୍ୟ ଅନେକ ଫଟୋ ଶେୟାର କରିଛନ୍ତି। କେଉଁଠି ସେ ଡଗ୍କୁ କୋଳରେ ଧରିଛନ୍ତି, ତ ଆଉ କେଉଁଠି ତାକୁ ଆଲିଙ୍ଗନ କରି ପୋଜ୍ ଦେଉଛନ୍ତି। ଏହି ପୋଷ୍ଟର କ୍ୟାପ୍ସନ୍ରେ ସେ ଲେଖିଛନ୍ତି ‘ପପି ପ୍ଲେସ୍’।
ପେଟ୍ ଡଗ୍ଙ୍କ ପାଇଁ ‘ଭାଇଜାନ୍’ଙ୍କ ଭଲପାଇବା
ଡଗ୍ ଲଭର୍ ଭାବେ ସଲମାନ ଖାନଙ୍କ ନାଁ ମଧ୍ୟ ଆଗରେ ଆସେ। ସଲମାନ ନିଜ ପେଟ୍ ଡଗ୍ଙ୍କୁ ନିଜ ପରିବାରର ଅଂଶ ଭଳି ମାନନ୍ତି। ସମୟ ସମୟରେ ସେମାନଙ୍କ ସହ ମସ୍ତି କରୁଥିବା ଫଟୋ ଓ ଭିଡିଓ ମଧ୍ୟ ଶେୟାର କରିଥାନ୍ତି।
କାସ୍ପର୍କୁ ନେଇ ମଲାଇକାଙ୍କ ଦିୱାନାପଣ
ମଲାଇକା ଅରୋରାଙ୍କ ପେଟ୍ ଡଗ୍ର ନାମ କାସ୍ପର୍। ମଲାଇକାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ କାସ୍ପର୍ର ଝଲକ ଦେଖିବାକୁ ମିଳେ।
କାସ୍ପର୍କୁ ସେ କେବଳ ପୋଷା କୁକୁର ନୁହେଁ, ବରଂ ପରିବାରର ଜଣେ ସଦସ୍ୟ ଭଳି ଦେଖନ୍ତି। ତାଙ୍କୁ ପ୍ରାୟତଃ କାସ୍ପର୍କୁ ବୁଲାଇବାକୁ ନେବା, ତା’ ସହ ଖେଳିବା ଏବଂ ତା’ ସହ ସମୟ ବିତାଇବାର ଦେଖାଯାଏ।
ଷ୍ଟାର୍ଙ୍କ ଘରେ ଏମାନେ ହିଁ ଅସଲ ହିରୋ!
ବଲିଉଡ୍ର ଚମକଦାର ଦୁନିଆରେ ଷ୍ଟାର୍ମାନଙ୍କ ଜୀବନ ସବୁବେଳେ ଲାଇମଲାଇଟ୍ରେ ଥାଏ। କିନ୍ତୁ ଏହି ତାରକାଙ୍କ ଘର ଭିତରର ଦୁନିଆରେ ପୋଷା କୁକୁରମାନଙ୍କ ପାଇଁ ରହିଛି ଏକ ନିଆରା ସ୍ଥାନ। କେବେ ଖୁସିର ସାଥୀ, କେବେ ଏକୁଟିଆ ସମୟର ସଙ୍ଗୀତ ଆଉ କେବେ ପରିବାରର ସଦସ୍ୟ ଏହି ପେଟ୍ସମାନେ ନିଜ ଷ୍ଟାର୍ ମାଲିକଙ୍କ ଜୀବନରେ ଭରିଦିଅନ୍ତି ନିଃସର୍ତ୍ତ ଭଲପାଇବା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।