Flight service: ହୁତି ଆକ୍ରମଣ ପରେ ରିୟାଦ ଉଡ଼ାଣ ବାତିଲ କଲେ ଏୟାର୍ ଇଣ୍ଡିଆ, ଇଣ୍ଡିଗୋ
"ନୂଆଦିଲ୍ଲୀ: ସାଉଦି ଆରବରେ ସୁରକ୍ଷା ପରିସ୍ଥିତି ଜଟିଳ ହେବା ପରେ ରିୟାଦକୁ ଯାଉଥିବା ଏବଂ ରିୟାଦରୁ ଆସୁଥିବା ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ଏୟାର୍ ଇଣ୍ଡିଆ, ଇଣ୍ଡିଗୋ ଏବଂ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍।
ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦ ଉଡ଼ାଣ ବନ୍ଦ ରହିବ ବୋଲି ଏୟାର୍ଲାଇନ୍ଗୁଡ଼ିକ କହିଛନ୍ତି।
ପ୍ରଭାବିତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି ମଧ୍ୟ କୁହାଯାଇଛି।Advertisment ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ କିଛି ଦିନ ହେଲା ସାଉଦି ଆରବର ବିମାନବନ୍ଦର, ସାମରିକ ଘାଟି ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ଦାବି କରିଆସୁଛନ୍ତି।
ଗୁରୁବାର ପ୍ରାରମ୍ଭରେ ହୁତି ବିଦ୍ରୋହୀମାନେ ବିଶ୍ୱର ବିମାନ କମ୍ପାନିଗୁଡ଼ିକୁ ଶେଷ ଥର ପାଇଁ ସତର୍କ କରାଇଥିଲେ।
ସାଉଦି ଆରବର ଆକାଶସୀମାକୁ ସେମାନେ ସାମରିକ ଅଭିଯାନର କ୍ଷେତ୍ର ବୋଲି କହିବା ସହ ସେଠାରେ ବିମାନ ଚଳାଚଳ କରୁଥିବା କମ୍ପାନିଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଥିଲେ।
ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ର ଜଣେ ମୁଖପାତ୍ର କହିଛନ୍ତି, ଅଞ୍ଚଳରେ ପରିସ୍ଥିତି ଲଗାତାର ବଦଳୁଥିବାରୁ ରିୟାଦକୁ ଓ ରିୟାଦରୁ ଉଡ଼ାଣ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବାତିଲ କରାଯାଇଛି।
ପ୍ରଭାବିତ ଯାତ୍ରୀଙ୍କୁ ବିନା ଅତିରିକ୍ତ ଖର୍ଚ୍ଚରେ ଅନ୍ୟ ତାରିଖରେ ଯାତ୍ରା କରିବାର ସୁଯୋଗ ଦିଆଯିବ।
ଯେଉଁମାନେ ଟିକେଟ୍ ବାତିଲ କରିବେ, ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ।
ପରିସ୍ଥିତି ଉପରେ ଏୟାର୍ଲାଇନ୍ ପକ୍ଷରୁ ନଜର ରଖାଯାଉଛି।
ମାସକୁ ୨.୫ କୋଟି ଟଙ୍କା ଦେଇ ରିୟାଦ୍ ହୋଟେଲ୍ରେ ରହୁଛନ୍ତି ଫୁଟ୍ବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଏପଟେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଗୁରୁବାର ଯାତ୍ରୀମାନଙ୍କୁ ବିମାନବନ୍ଦର ଯିବା ପୂର୍ବରୁ ନିଜ ଏୟାର୍ଲାଇନ୍ ସହ ଯୋଗାଯୋଗ କରି ଉଡ଼ାଣ ସ୍ଥିତି ଜାଣିବାକୁ କୁହାଯାଇଛି।
ସାଉଦି ରାଜଧାନୀ ରିୟାଦ ଉପରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣାଯିବାର କିଛି ଘଣ୍ଟା ପରେ ବିମାନବନ୍ଦର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।
ବୁଧବାର ସାଉଦି ଅଧିକାରୀମାନେ କହିଥିଲେ ଯେ, ହୁତିମାନେ ଦାବି କରିଥିବା ରିୟାଦ ଓ ଆଭା ବିମାନବନ୍ଦର ଉପରେ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ସାଉଦି ଆରବ ଓ ଏହାର ସହଯୋଗୀ ୟେମେନୀ ସେନା ହୁତି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଧରଣର ସ୍ଥଳ ଓ ଆକାଶ ଅଭିଯାନ ଆରମ୍ଭ କରିବା ପରଠାରୁ ଏହା ପ୍ରଥମ ମୃତ୍ୟୁ ଘଟଣା ବୋଲି କୁହାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।