Green card program: ଆମେରିକାର ଗ୍ରିନ୍ କାର୍ଡ ପ୍ରୋଗ୍ରାମ୍ରୁ ଟିସିଏସ୍, ଇନଫୋସିସ୍, ଏଚ୍ସିଏଲ୍, ୱିପ୍ରୋ ନିଲମ୍ବିତ
"ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ବିଶ୍ବର କେତେକ ବଡ଼ ଆଇଟି କମ୍ପାନିକୁ ଆମେରିକାର ସ୍ଥାୟୀ ଶ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ (ପିଇଆର୍ଏମ୍)ରୁ ନିଲମ୍ବିତ କରିଛି।
ସେଥିରେ ଭାରତର ଇନଫୋସିସ୍, ଟିସିଏସ୍, ୱିପ୍ରୋ ଓ ଏଚ୍ସିଏଲ୍ ଭଳି କମ୍ପାନି ରହିଛନ୍ତି।
ମାଇକ୍ରୋସଫ୍ଟ, କଗ୍ନିଜାଣ୍ଟ ଓ କ୍ୟାପଜେମିନି ଭଳି କମ୍ପାନି ମଧ୍ୟ ଏହି ତାଲିକାରେ ଅଛନ୍ତି।
ଆମେରିକାରେ ସ୍ଥାୟୀ ରହଣି ପାଇଁ ଆଗ୍ରହୀ ବିଦେଶୀ କମର୍ଚାରୀମାନଙ୍କ ଲାଗି ରହିଥିବା ବ୍ୟବସ୍ଥାରେ ଏହି କମ୍ପାନିଗୁଡ଼ିକ ଦୁରୁପଯୋଗ କରିଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି।
Advertisment ଉଲ୍ଲେଖଯୋଗ୍ୟ, ଆମେରିକାର ଶ୍ରମ ବିଭାଗ ପିଇଆର୍ଏମ୍ ଜରିଆରେ ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଗ୍ରିନ୍ କାର୍ଡ ପ୍ରଦାନ କରିଥାଏ।
ଆମେରିକାର ଏହି ନିଷ୍ପତ୍ତି ଫଳରେ ଉପରୋକ୍ତ ଆଇଟି କମ୍ପାନିର ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ହେବାରେ ଅସୁବିଧା ଦେଖାଦେବ।
ତେବେ ଏଚ୍-୧ ଭିସାକୁ ବାତିଲ କରିବା କିମ୍ବା ଏଥିରେ ନୂଆ ନିଯୁକ୍ତିକୁ ବନ୍ଦ କରାଯାଇ ନାହିଁ।
ଆଫ୍ରିକୀୟ ଦେଶ ଗାମ୍ବିଆରେ ଏଚ୍ଆରଏମ୍ଆଇଏସ୍ ବ୍ୟବସ୍ଥା ଲାଗୁ କରିବ ଏହି ଭାରତୀୟ ଆଇଟି କମ୍ପାନି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।