Flight: ରାଜପଥରେ ଉଡ଼ାଣ ଓ ଅବତରଣ କଲା ଭାରତୀୟ ସେନାର ହେଲିକପ୍ଟର

Sep 29, 2026 - 21:32
Flight: ରାଜପଥରେ ଉଡ଼ାଣ ଓ ଅବତରଣ କଲା ଭାରତୀୟ ସେନାର ହେଲିକପ୍ଟର

"ନୂଆଦିଲ୍ଲୀ: ରାଜସ୍ଥାନର ଦନ୍ତୋର ନିକଟ‌ରେ ଜାତୀୟ ରାଜପଥ ୯୧୧ର ଏକ ଅଂଶକୁ ଭାରତୀୟ ସେନା ଏହାର ସାମରିକ ହେଲିକପ୍ଟର ପାଇଁ ଏକ ଅସ୍ଥାୟୀ ହେଲିପ୍ୟାଡ୍‌ ଭାବେ ବ୍ୟବହାର କରିଛି।

ମଙ୍ଗଳବାର ଭାରତ-ପାକିସ୍ତାନ ସୀମା ନିକଟରେ ଏକ ସମରାଭ୍ୟାସ ସମୟରେ ଭାରତୀୟ ସେନା ଜାତୀୟ ରାଜପଥକୁ ହେଲିପ୍ୟାଡ୍‌ରେ ପରିଣତ କରିଥିଲା।

Advertisment ତେବେ ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ଏଲ୍‌ଓସିରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାର ଆଜି ୧୦ ବର୍ଷ ପୂର୍ତ୍ତି ହୋଇଥିବା‌ବେଳେ ଏଭଳି ସମୟରେ ଭାରତୀୟ ସେନା ଦ୍ବାରା ଭାରତ-ପାକିସ୍ତାନ ସୀମା ନିକଟରେ ହୋଇଥିବା ସମରାଭ୍ୟାସ ଏକ ସଂଯୋଗ।

ରାଜପଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ରୁଦ୍ର, ଧ୍ରୁବ ଓ ଚେତକ ହେଲିକପ୍ଟର ଉଡ଼ାଣ ଓ ଅବତରଣ କରିଛି।

ଉଲ୍ଲେଖଯୋଗ୍ୟ ଯେ, କୌଣସି ପରିସ୍ଥିତିରେ ଯଦି ବାୟୁସେନା ଘାଟି, ଏୟାରଫିଲ୍ଡ ଓ ହେଲିପ୍ୟାଡ୍‌ ଉପଲବ୍ଧ ନ ଥାଏ ତେବେ ରାଜପଥକୁ କିଭଳି ହେଲିକପ୍ଟର ପରିଚାଳନା ପାଇଁ ବ୍ୟବହାର କରାଯାଇପାରିବ ସେଥିପାଇଁ ଆଜି ସମରାଭ୍ୟାସ ଚାଲିଥିଲା।

India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।