Flood in Odisha: ଭଦ୍ରକ ଜିଲ୍ଲାରେ ୬ ବ୍ଲକକୁ ବୁଡ଼ାଇଲା ବନ୍ୟାଜଳ; ୨.୩୦ ଲକ୍ଷ ଲୋକ ପ୍ରଭାବିତ

Sep 27, 2026 - 18:31
Flood in Odisha: ଭଦ୍ରକ ଜିଲ୍ଲାରେ ୬ ବ୍ଲକକୁ ବୁଡ଼ାଇଲା ବନ୍ୟାଜଳ; ୨.୩୦ ଲକ୍ଷ ଲୋକ ପ୍ରଭାବିତ

"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୬ଟି ବ୍ଲକ ପାଣିରେ ବୁଡ଼ି ରହିଛି।

ବନ୍ୟା ପ୍ରଭାବରେ ୨.୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ତିନି ଦିନ ହେଲାଣି ଲୋକେ ବନ୍ୟା ପାଣିରେ ଉବୁତୁବୁ ହେଉଛନ୍ତି।

ସାଳନ୍ଦୀ ଓ ବୈତରଣୀ ନଦୀ ସହ ଏହାର ଶାଖା ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ବହୁ ଅଞ୍ଚଳ ଜଳମୟ ହୋଇଥିବା ବେକେ ଚାଷ ଜମି ସବୁ ବୁଡିଯାଇଛି।Advertisment ଜିଲ୍ଲାର ଭଣ୍ଡାରୀପୋଖରୀ, ଧାମନଗର, ତିହିଡ଼ି, ବାସୁଦେବପୁର, ଭଦ୍ରକ, ବନ୍ତ  ଏବଂ ୨ଟି ପୌରାଞ୍ଚଳର ୭୪ଟି ପଞ୍ଚାୟତ, ୧୯ଟି ୱାର୍ଡ, ୧୯୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।

ମୋଟ ୨ ଲକ୍ଷ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୨,୮୫୧ ଜଣଙ୍କୁ ସ୍ଥାନାନ୍ତରିତ ପ୍ରଶାସନ ପକ୍ଷରୁ କରାଯାଇଛି ଏବଂ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ଅନେକ ସ୍ଥାନରେ ବିପନ୍ନ ମାନେ ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି।

ବିଭିନ୍ନ ସ୍ଥାନରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରିରହିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ୬୬ଟି ମାଗଣା ରୋଷେଇ ଘର ଖୋଲାଯାଇଛି।

ଏଥି ସହିତ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଇଛି।

ବିଭିନ୍ନ ସ୍ଥାନରେ  ୧୩ଟି ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛି।

ଏହି ବନ୍ୟାରେ ଜିଲ୍ଲାରେ ମୋଟ ୧୭୭୫ଟି ନଳକୂପ ପ୍ରଭାବିତ ହୋଇଛି।

ଆଜି ସୁଦ୍ଧା ୧୩୮.୩୨ କ୍ୱିଣ୍ଟାଲ ଚୁଡ଼ା  ଓ ୧୫.୧୬ କ୍ୱିଣ୍ଟାଲ ଗୁଡ଼  ବଣ୍ଟନ କରାଯାଇଛି।

ଏହି ବନ୍ୟାରେ ପଶୁ ସମ୍ପଦ ବ୍ୟାପକ ଭାବରେ କ୍ଷତି ଗ୍ରସ୍ତ ହୋଇଛନ୍ତି।

ମୋଟ ୧,୧୬,୮୩୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।

୬୦୦ ପଶୁଙ୍କ ଟୀକାକରଣ ଓ ୩୨୨ ପଶୁଙ୍କ ଚିକିତ୍ସା କରାଯାଇଛି।

ସ୍ୱାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସହ ୧୮ଟି ମେଡିକାଲ ଟିମ୍ ଓ ୬ଟି ପଶୁ ଚିକିତ୍ସକ ଟିମ୍ ନିୟୋଜିତ ଅଛନ୍ତି।

୨ଟି ମୋବାଇଲ ୱାଟର ଟ୍ରିଟମେଣ୍ଟ ୟୁନିଟ୍ କାର୍ଯ୍ୟ କରୁଛି।

୧୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ବନ୍ୟା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଭଣ୍ଡାରୀପୋଖରୀ ବ୍ଲକରେ ଗୋଟିଏ  ଏନ୍‌ଡିଆରଏଫ୍ ଟିମ୍ ନିୟୋଜିତ ହୋଇଛି।

ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିଥିବା ନେଇ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ ପ୍ରକାଶ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।