Pakistan: ପାକିସ୍ତାନ ନେଟଫ୍ଲିକ୍ସରେ ଭାରତୀୟ ସିନେମାର ଦବଦବା: ଟପ୍-୧୦ ଟ୍ରେଣ୍ଡିଂରେ ୮ଟି ଭାରତୀୟ ଫିଲ୍ମ ଓ ସିରିଜ୍
"ନୂଆଦିଲ୍ଲୀ: ସୀମା ଆରପାରିରେ ମଧ୍ୟ ଭାରତୀୟ ଫିଲ୍ମ ଓ ୱେବ୍ ସିରିଜ୍ର ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି।
ପାକିସ୍ତାନର ନେଟଫ୍ଲିକ୍ସ (Netflix) ଟ୍ରେଣ୍ଡିଂ ତାଲିକାରେ ଭାରତୀୟ ମନୋରଞ୍ଜନ କଣ୍ଟେଣ୍ଟଗୁଡ଼ିକ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।
ନିକଟରେ ପ୍ରକାଶିତ ନେଟଫ୍ଲିକ୍ସ ପାକିସ୍ତାନର ଟପ୍-୧୦ ଟ୍ରେଣ୍ଡିଂ ତାଲିକାରେ ୮ଟି ଭାରତୀୟ ଫିଲ୍ମ ଓ ସିରିଜ୍ ନିଜର ସ୍ଥାନ ପକ୍କା କରିଛନ୍ତି।Advertisment ଶୀର୍ଷରେ 'ବିଶ୍ୱନାଥ ଆଣ୍ଡ ସନ୍ସ'ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ତାମିଲ-ତେଲୁଗୁ ରୋମାଣ୍ଟିକ୍ ଫ୍ୟାମିଲି ଡ୍ରାମା 'ବିଶ୍ୱନାଥ ଆଣ୍ଡ ସନ୍ସ' ।
ଏକ ରୋଜଗାରକ୍ଷମ ପୁରୁଷର ଅତୀତର ଧୋକା, ବାହାଘର ପ୍ରତି ଅନିଚ୍ଛା ଏବଂ ମା'ଙ୍କ ଖୁସି ପାଇଁ ସରୋଗେସୀ ମାଧ୍ୟମରେ ବାପା ହେବାର ଏହି ଆବେଗପୂର୍ଣ୍ଣ କାହାଣୀ ପାକିସ୍ତାନୀ ଦର୍ଶକଙ୍କ ମନ ଜିଣିପାରିଛି।
ଟ୍ରେଣ୍ଡିଂରେ ଥିବା ଅନ୍ୟାନ୍ୟ ଭାରତୀୟ ଫିଲ୍ମ ଓ ସିରିଜ୍:ଧମାଲ୍ ୪ (Dhamal 4): କମେଡ଼ି ଓ ଗୁପ୍ତ ଧନର ସନ୍ଧାନ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।
ଇରୁମୁଡ଼ି (Irumudi): ରବିତେଜାଙ୍କ ଅଭିନୀତ ଏହି ଆକ୍ସନ୍ ଓ ଇମୋସନାଲ୍ ଡ୍ରାମା ଫିଲ୍ମଟି ତୃତୀୟ ସ୍ଥାନରେ ଟ୍ରେଣ୍ଡ୍ କରୁଛି।
ଲଷ୍ଟ ଷ୍ଟୋରୀଜ୍ ୩ : ସମ୍ପର୍କ ଓ ମାନବୀୟ ଭାବନାର ଭିନ୍ନ ଭିନ୍ନ କାହାଣୀକୁ ନେଇ ଗଠିତ ଏହି ସିରିଜ୍ ଚତୁର୍ଥ ସ୍ଥାନରେ ରହିଛି।
ଆହୁରି ପଢନ୍ତୁ: Petrol Car: ପୁରୁଣା ପେଟ୍ରୋଲ୍ କାର୍କୁ ସିଏନଜିରେ ପରିଣତ କରିବା ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ କଥାଗୁଡ଼ିକ ଜାଣନ୍ତୁ ଗାନ୍ଧାରୀ : ତାପସୀ ପନ୍ନୁଙ୍କ ଅଭିନୀତ ଏହି ଆକ୍ସନ୍-ଥ୍ରୀଲର୍ ଫିଲ୍ମ, ଯେଉଁଥିରେ ଜଣେ ମା' ନିଜ ଝିଅକୁ ବଞ୍ଚାଇବା ପାଇଁ ସଂଗ୍ରାମ କରେ, ତାହା ପଞ୍ଚମ ସ୍ଥାନରେ ଅଛି।
ଅଲ୍ଫା : ଆଲିଆ ଭଟ୍ଟ ଓ ଶରବରୀଙ୍କ ଅଭିନୀତ YRF ସ୍ପାଇ ୟୁନିଭର୍ସର ଏହି ଆକ୍ସନ୍-ଥ୍ରୀଲର୍ ଫିଲ୍ମ ମଧ୍ୟ ଦର୍ଶକଙ୍କ ପସନ୍ଦ ସାଜିଛି।
କକ୍ଟେଲ୍ ୨ : ସାହିଦ କପୁର, କୃତି ସାନନ୍ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ଫିଲ୍ମ ସପ୍ତମ ସ୍ଥାନରେ ରହିଛି।
ଜିଡିଏନ୍ : ଭାରତର ପ୍ରସିଦ୍ଧ ବୈଜ୍ଞାନିକଙ୍କ ଜୀବନୀ ଉପରେ ଆଧାରିତ, ଆର୍.
ମାଧବନ୍ ଅଭିନୀତ ଏହି ବାୟୋପିକ୍ ୯ମ ସ୍ଥାନରେ ସ୍ଥାନ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।