Flooding In Nepal: ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା, ୨୧ ମୃତ ଓ ୫ ନିଖୋଜ

Sep 28, 2026 - 21:34
Flooding In Nepal: ନେପାଳରେ ପ୍ରବଳ ବର୍ଷା ଓ ବନ୍ୟା, ୨୧ ମୃତ ଓ ୫ ନିଖୋଜ

"କାଠମାଣ୍ଡୁ: ନେପାଳରେ ଗତ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ବନ୍ୟା ସ୍ଥିତି ଗମ୍ଭୀର ରହିଛି।

ଦେଶର ବିଭିନ୍ନ ଅଂଶରେ ଭୂସ୍ଖଳନ ଯୋଗୁ ଅତି କମ୍‌ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ନିଖୋଜ ଅଛନ୍ତି।

ସେପ୍ଟେମ୍ବର ୨୪ରୁ ୨୭ ମଧ୍ୟରେ ଅତ୍ୟନ୍ତ ଖରାପ୍‌ ପାଗ ଯୋଗୁ ପ୍ରାୟ ୩ହଜାର ଲୋକଙ୍କୁ ଖାଲି କରାଯାଇଛି।

ଅନେକ ଘରଦ୍ବାର ଭାଙ୍ଗିରୁଜି ଯାଇଛି।

କେନ୍ଦ୍ରୀୟ ନେପାଳର ନାରାୟଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପି ପ୍ରବାହିତ ହୋଇଥିବାରୁ ସତର୍କ ସୂଚନା ଜାରି ହୋଇଛି।Advertisment ଚିତୱନକୁ ସଂଯୋଗ କରୁଥିବା ଅନେକ ରାଜପଥ ଏବଂ ଦେଶର ବିଭିନ୍ନ ଅଂଶରେ ପ୍ରମୁଖ ରାସ୍ତା ଭୂସ୍ଫଳନ ଯୋଗୁ ବନ୍ଦ ରହିଛି।

ବର୍ଷା ଲାଗି ରହିଥିବାରୁ ଆଗକୁ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ଏବଂ ଅଧିକ ସ୍ଥାନ‌ରେ ଭୂସ୍ଖଳନ ମଧ୍ୟ ହୋଇପା‌ରେ।

କର୍ତ୍ତୃପକ୍ଷ ଏନେଇ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଇଛନ୍ତି।

ଏନ୍‌ଡିଆରଆରଏମ୍‌ଏ (ନ୍ୟାସନାଲ ଡିଜାଷ୍ଟର ରିସ୍କ ରିଡକ୍ସନ୍‌ ଆଣ୍ଡ ମ୍ୟାନେଜମେଣ୍ଟ ଅଥରିଟି) ଅନୁଯାୟୀ ଭୂସ୍ଖଳନ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି।

ଅଗଷ୍ଟ ୨୬ର ଅଚାନକ ବନ୍ୟା ପରେ ଦ୍ବିତୀୟ ବିପର୍ଯ୍ୟୟ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ପାଇଁ ୫ ଜଣ ନିଖୋଜ ଅଛନ୍ତି।

ବନ୍ୟା ଯୋଗୁ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କର ମଧ୍ୟ ବର୍ଷାଜନିତ କାରଣ ପାଇଁ ମୃତ୍ୟୁ ହୋଇଛି।

ବାଗଲୁଙ୍ଗ ଜିଲ୍ଲାର ନିଶିଖୋଲା ଗ୍ରାମରେ ଏକ ପୃଥକ୍‌ ଭୂସ୍ଖଳନରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ବାଗଲୁଙ୍ଗର କାଳିଗଣ୍ଡକୀ ନଦୀ ଅନେକ ଘରଦ୍ବାର ଓ ପୋଲ ଭସାଇ ନେଇଛି।

ଜିଲ୍ଲାର ବିଭିନ୍ନ ଅଂଶରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଏହି ଚରମ ପାଣିପାଗ ପାଇଁ ନେପାଳରେ ୨୪୭ ପରିବାର ସିଧାସଳଖ ପ୍ରଭାବିତ ହୋଇଛନ୍ତି।

୨୬୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ୮୦ଟି ଘର ଆଂଶିକ କ୍ଷତି ହୋଇଛି।

ପାଖାପାଖି ୩ ହଜାର ଲୋକଙ୍କୁ ଅଧିକ ବିପଦ ଥିବା ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସଶସ୍ତ୍ର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷ ଉଦ୍ଧାର ଅପରେସନ୍‌ରେ ସାମିଲ ହୋଇଛନ୍ତି।

Bangladesh Expresses: ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ପ୍ରସ୍ତୁତ ବାଂଲାଦେଶ, "ବଡ଼ ପଡ଼ୋଶୀ" ଭାରତର ସକ୍ରିୟ ପଦକ୍ଷେପକୁ ଅପେକ୍ଷା ଏନ୍‌ଡିଆର୍‌ଆର୍‌ଏମ୍‌ଏ ମୁଖପାତ୍ର ଶାନ୍ତି ବସନେଟ କହିଛନ୍ତି ସମସ୍ତ ୭୭ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ୩ ଜାତୀୟ ସୁରକ୍ଷା ସଂସ୍ଥା ହାଇ ଆଲର୍ଟରେ ରହିଛନ୍ତି।

ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ପର୍ଯ୍ୟଟକଙ୍କୁ ଯିବାପାଇଁ ବାରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୬ ତାରିଖରେ ନେପାଳରେ ଅଚାନକ ବନ୍ୟା ଆସି ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୬ ହଜାରରୁ ଅଧିକ ଲୋକ ନିଖୋଜ ହେବାପରେ ଏବେ ପୁଣି ଏହି ଘଟଣା ଘଟିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।