Floods Wipe Out 17 Houses: ଭାସିଗଲା ବର୍ଷ ବର୍ଷର ସଂସାର, ବରଗଛ ଉପରେ ରାତି କାଟି ବଞ୍ଚାଇଲେ ଜୀବନ

Nov 06, 2026 - 09:10
Floods Wipe Out 17 Houses: ଭାସିଗଲା ବର୍ଷ ବର୍ଷର ସଂସାର, ବରଗଛ ଉପରେ ରାତି କାଟି ବଞ୍ଚାଇଲେ ଜୀବନ

ଆଖି ସାମ୍ନାରେ ଭାସିଗଲା ବର୍ଷ ବର୍ଷର ସଂସାର।

ଯେଉଁଠି ଦିନେ ଘରଦ୍ୱାର ଥିଲା, ଆଜି ସେଠି ମାଟିର ଗଦା।

ବନ୍ୟାର ପ୍ରକୋପରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ଗାଁର ମଶାଣି ସାହି।

ରାସ୍ତାରୁ ପିଚୁ ଉଠିଯାଇଛି।

ନଳକୂପ ତଳୁ ଧୋଇ ହୋଇଯାଇଛି ମାଟି।

ଆଉ ବନ୍ୟାର ପ୍ରଖର ସ୍ରୋତରେ ମାଟିରେ ମିଶିଯାଇଛି ୧୭ଟି ପରିବାରର ଘର।

Advertisment ହଠାତ୍ ମାଡ଼ି ଆସିଥିଲା ବନ୍ୟାଜଳ।

ଜୀବନ ବଞ୍ଚାଇବାକୁ ଲୋକେ ଆଉ କିଛି ଉପାୟ ନପାଇ ପାଖରେ ଥିବା ବରଗଛ ଉପରେ ଚଢ଼ି ଆଶ୍ରୟ ନେଇଥିଲେ।

ଆଖି ସାମ୍ନାରେ ଘର ଭାଙ୍ଗିଯିବାର ଦୃଶ୍ୟ ଆଜି ବି ସେମାନଙ୍କ ମନରୁ ଲିଭିନି।

ବନ୍ୟା ସବୁକିଛି ଛଡ଼ାଇ ନେଇଛି, ଏବେ ଭଙ୍ଗା ଘରକୁ ଦେଖି ଭବିଷ୍ୟତକୁ ନେଇ ଚିନ୍ତାରେ ବିପନ୍ନଙ୍କ ପରିବାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।