Dhanteras Celebrations: ଆଜି ଧନତେରାସ; ସୁନା, ରୁପା କିଣିବାକୁ ଗହଣା ଦୋକାନରେ ଭିଡ଼
ଆଜି ଧନତେରାସ୍।
ଧନତେରାସ ଅବସରରେ ସୁନା, ରୁପା ଓ ନୂଆ ବାସନକୁସନ କିଣିବାର ପରମ୍ପରା ରହିଥିବାରୁ ଗହଣା ଦୋକାନଠୁ ବଜାର ପର୍ଯ୍ୟନ୍ତ ସବୁଠି ଭିଡ଼।
ଧାର୍ମିକ ବିଶ୍ୱାସ ଅନୁସାରେ, ଧନତେରାସ ଦିନ ମା' ଲକ୍ଷ୍ମୀ, ଭଗବାନ କୁବେର ଓ ଭଗବାନ ଧନ୍ୱନ୍ତରୀଙ୍କ ପୂଜା କରାଯାଏ।
ଏହି ଦିନ ସୁନା ଓ ରୁପା କିଣିବା ଶୁଭ ବୋଲି ଅନେକଙ୍କ ବିଶ୍ୱାସ।
ଭୁବନେଶ୍ୱରରେ ଧନତେରସକୁ ନେଇ ଗହଣା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ରହିଛି।
Advertisment ନିକଟରେ ସୁନା ଓ ରୁପା ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କ ଆଗ୍ରହ ବଢ଼ିଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି।
ସୁନା ଓ ରୁପା କଏନ୍, ହାଲୁକା ଗହଣା ଓ ଘରୋଇ ସାମଗ୍ରୀ କିଣାକୁ ନେଇ ବଜାରରେ ରହିଛି ଉତ୍ସବର ମାହୋଲ।
କେବଳ ସୁନା ଓ ରୁପା ନୁହେଁ, ନୂଆ ବାସନକୁସନ, ଝାଡ଼ୁ ଓ ଘରୋଇ ଉପକରଣ କିଣିବାକୁ ମଧ୍ୟ ଲୋକ ପସନ୍ଦ କରିଥାନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।