Floodwater Submerges Roads And Farmlands: ହୀରାକୁଦରୁ ବନ୍ୟାଜଳ ନିଷ୍କାସନ! ତଳିଆ ଅଞ୍ଚଳରେ ବଢ଼ିଲା ଭୟ

Sep 28, 2026 - 16:54
Floodwater Submerges Roads And Farmlands: ହୀରାକୁଦରୁ ବନ୍ୟାଜଳ ନିଷ୍କାସନ! ତଳିଆ ଅଞ୍ଚଳରେ ବଢ଼ିଲା ଭୟ

ହୀରାକୁଦର ଖୋଲିଲା ଆଉ ଦୁଇ ଗେଟ୍। ଏବେ ମୋଟ ୩୦ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।  ବଢୁଛି ହୀରାକୁଦ ଡ୍ୟାମରେ ଜଳସ୍ତର। ଏବେ ଜଳଭଣ୍ଡାର ଭିତରକୁ ଅଧିକ ବନ୍ୟା ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି କମ୍। ଏବେ ଜଳସ୍ତର ରହିଛି ୬୨୯ ଫୁଟ୍। ଏବେ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୬ ଲକ୍ଷ ୪୮ ହଜାର ୫୩୯ କ୍ୟୁସେକ ବନ୍ୟା ପାଣି। ସେହିପରି ପ୍ରତି ସେକେଣ୍ଡରେ ଡ୍ୟାମରୁ ନିଷ୍କାସିତ ହେଉଛି ୪ ଲକ୍ଷ ୯୬ହଜାର ୬୯ କ୍ୟୁସେକ୍ ପାଣି। ଉପରମୁଣ୍ଡରେ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି। ... 

ହୀରାକୁଦର ୩୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍  ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ପ୍ରେସମିଟ କରି ଏହି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ୍  ପାଣି ପ୍ରବାହିତ ହେଉଛି।

ଆଜି ସନ୍ଧ୍ୟା ପରେ ମୁଣ୍ଡଳିରେ ଜଳ ପ୍ରବାହ କମିଯିବ। ମହାନଦୀକୁ ଛାଡ଼ି ରାଜ୍ୟରେ ଆଉ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ’। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, ସାଳନ୍ଦୀରେ ପାଣି କମିଛି। ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନାହିଁ, ଦକ୍ଷିଣ ଓଡ଼ିଶାର ନଦୀରେ ମଧ୍ୟ ପାଣି କମିଛି। ମହାନଦୀ ପାଇଁ ମୁଖ୍ୟତଃ ୪ଟି ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହେବ। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରର ତଳିଆ ଅଞ୍ଚଳ ଚାଷ ଜମି ବୁଡ଼ିବ। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଓ ଗରଦପୁର କିଛି ମାତ୍ରାରେ ପ୍ରଭାବିତ ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।... 

ମହାନଦୀରେ ବନ୍ୟା ପାଣି I ବୁଡ଼ିଲା ପୋଲ, ଧୋଇଗଲା ଚାଷବାସ I ହୀରାକୁଦ ଜଳ ଭଣ୍ଡାରରୁ ୩୦ ଗେଟଦେଇ ମହାନଦୀରେ ବନ୍ୟାପାଣି ନିଷ୍କାସନ ହେଉଛି I ଯେଉଁଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୁଲାପଡା ତଳି ପୋଲ ଉପରେ ୫ ଫୁଟର ବନ୍ୟାପାଣି ବହୁଛି। ଗୁଲାପଡା_ବିନିକା_ଝରାପଡା ଯାତାୟତ ବାଧାପ୍ରାପ୍ତ ହୋଇଛି I ପରିବା ଓ ଧାନ ଚାଷରେ ବନ୍ୟା ପାଣି ମାଡିଯାଇଛି। 

ଲଗାଣ ବର୍ଷାରେ ବନ୍ୟା ସ୍ଥିତି। ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡ଼ାଯିବା ପରେ ତଳିଆ ଅଞ୍ଚଳର ଅନେକ ଜିଲ୍ଲା ପ୍ରଭାବିତ ହୋଇଛି। ଏପଟେ ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଚିନ୍ତା ବଢ଼ିଛି। ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ପ୍ରଭାବରେ ଅମ୍ବାଭୋନା ବ୍ଲକର ବିଭିନ୍ନ ନଦୀକୂଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଚିଖିଲି ଗାଁରେ ପଶିଛି ବନ୍ୟାଜଳ। ଅନ୍ତରାଡ଼ି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି ଓ ବଡ଼ମାଲରେ ଶହ ଶହ ଏକର ଚାଷଜମି ପାଣି ଘେରରେ। ।....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।