Flowers Instead of Confrontation: ରାଜରାସ୍ତାରେ ନାରା, ଜିଲ୍ଲାପାଳଙ୍କ ଅଫିସରେ ଫୁଲ; ପ୍ରତିବାଦର ନିଆରା ଚିତ୍ର

Oct 08, 2026 - 14:02
Flowers Instead of Confrontation: ରାଜରାସ୍ତାରେ ନାରା, ଜିଲ୍ଲାପାଳଙ୍କ ଅଫିସରେ ଫୁଲ; ପ୍ରତିବାଦର ନିଆରା ଚିତ୍ର

ରାଜରାସ୍ତାରେ ନାରା, ଯୁକ୍ତିତର୍କ, ଆଉ ପ୍ରତିବାଦର ତାତି। ହେଲେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ହାତରେ ଫୁଲଗୁଚ୍ଛ, ମୁହଁରେ ହସ ନେଇ ପ୍ରତିବାଦ। ମହିଳା କଂଗ୍ରେସର କିଛି ନେତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପିକେଟିଂ କରି କର୍ମଚାରୀଙ୍କୁ ଫୁଲ ଦେଇ କାମ ବନ୍ଦ କରିବାକୁ ନିବେଦନ କରିଛନ୍ତି। କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କୁ ଆନ୍ଦୋଳନକୁ ସମର୍ଥନ ପାଇଁ ଆହ୍ୱାନ କରିଛନ୍ତି। ଗୋଟିଏ ପଟେ ରାଜରାସ୍ତାରେ ପ୍ରତିବାଦର ତାତି, ଅନ୍ୟପଟେ ଫୁଲ ଦେଇ ଦାବି ଜଣାଇବାର ନିଆରା ଢଙ୍ଗ। 

ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ଓଡ଼ିଶା ବନ୍ଦର ବଡ ପ୍ରଭାବ ଦେଖିବାକୁ ମିଳିଛି। କୋଇଡା ବ୍ଲକ୍ ଛକ ରାସ୍ତା ଅବରୋଧ କଲେ ଆନ୍ଦୋଳନକାରୀ, ବିଭିନ୍ନ ମାଇନ୍ସ ରୁ ଖଣି ପରିବହନ ଠପ୍ ହୋଇଛି। ସେହିପରି ରେଲୱେ ସାଇଡିଂ ଗୁଡ଼ିକ ବନ୍ଦ ରହିବା ସହ ମାଲବାହୀ ଟ୍ରେନ୍ ଗୁଡ଼ିକ ଟ୍ରାକ୍ ରେ ଠିଆ ହୋଇ ରହିଛି। ବସ୍ ଚଳାଚଳ ସହ ବନ୍ଦ ରହିଛି ଦୋକାନ ବଜାର।  

ନିଆରା ଢଙ୍ଗରେ ମହିଳା କଂଗ୍ରେସର ପ୍ରତିବାଦ
ଫୁଲ ଦେଇ କାର୍ଯ୍ୟବନ୍ଦ ପାଇଁ ନିବେଦନ
ହାତରେ ଫୁଲ, କାମ ବନ୍ଦ ପାଇଁ ଆହ୍ୱାନ
ଫୁଲଗୁଚ୍ଛ ଧରି ଜିଲ୍ଲାପାଳ ଅଫିସ୍ ରେ ପିକେଟିଂ
କାର୍ଯ୍ୟରତ କର୍ମଚାରୀଙ୍କୁ କାମ ବନ୍ଦ ନିବେଦନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।