Flydubai Flight: ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍‌ଆଇଏ

Oct 10, 2026 - 17:32
Flydubai Flight: ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍‌ଆଇଏ

"ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲର ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ୍‌ ସ୍ମିତ ମାଚ୍ଛରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)।

ଏହି ଘଟଣାକୁ ଗୁରୁତ୍ୱର ସହ ନେଇ କେନ୍ଦ୍ର ସରକାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦେଇଛନ୍ତି।

ବିମାନ ଅପହରଣ ନିରୋଧୀ ଆଇନ, ୨୦୧୬ ଓ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅନୁଯାୟୀ ଶୁକ୍ରବାର (ଅକ୍ଟୋବର ୯ ତାରିଖ) ମାମଲା ରୁଜୁ ହୋଇଛି।Advertisment ସେପ୍ଟେମ୍ବର ୩୦ ତାରିଖରେ ବିମାନଟି ଆକାଶରେ ଉଡ଼ୁଥିବା ବେଳେ କକ୍‌ପିଟ୍‌ ଭିତରେ ସହକାରୀ ପାଇଲଟ୍‌ଙ୍କ ସହ ସ୍ମିତଙ୍କର ସଂଘର୍ଷ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ସହକାରୀ ପାଇଲଟ୍‌ ସ୍ମିତଙ୍କୁ କକ୍‌ପିଟ୍‌ରେ ଥିବା କୁରାଢ଼ୀରେ ଆକ୍ରମଣ କରି ଗୁରୁତର ଆହତ କରିଥିଲେ।

ବିମାନକୁ ଅପହରଣ କରିବା କିମ୍ବା ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

କୁରାଢ଼ୀରେ ଆକ୍ରମଣ ଗୁରୁତର ଆହତ ହୋଇଥିଲେ ମଧ୍ୟ ସ୍ମିତ ଉପସ୍ଥିତ ବୁଦ୍ଧି ଖଟାଇ କକ୍‌ପିଟ୍‌ର ଦ୍ୱାର ଖୋଲିଥିଲେ।

ଏହାପରେ ଅନ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ।

ବିମାନଟିକୁ ସାଉଦି ଆରବର ତାବୁକ୍‌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା।

ପରେ ସ୍ମିତଙ୍କୁ ଅଧିକ ଚିକିତ୍ସା ପାଇଁ ଆବୁଧାବି ନିଆଯାଇଥିଲା।

ତାଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଥିବା ଜଣାପଡ଼ିଛି।

ଏହି ଘଟଣା ପଛରେ କୌଣସି ଆତଙ୍କବାଦୀ ଷଡ଼ଯନ୍ତ୍ର ରହିଛି କି ନାହିଁ, ତାହା ଏନ୍‌ଆଇଏ ତଦନ୍ତରୁ ସ୍ପଷ୍ଟ ହେବ।

ସୁନୀତା ଶର୍ମାଙ୍କ ସଂଘର୍ଷରୁ ସଫଳତାର ଯାତ୍ରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।