Aishwarya Rai: ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ନେଇ ତେଜ ପ୍ରତାପଙ୍କ ଗମ୍ଭୀର ଅଭିଯୋଗ
"ନୂଆଦିଲ୍ଲୀ: ବିହାରର ପୂର୍ବତନ ମନ୍ତ୍ରୀ ତଥା ଜନଶକ୍ତି ଜନତା ଦଳ (ଜେଜେଡି)ର ଜାତୀୟ ଅଧ୍ୟକ୍ଷ ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।
ଓଟିଟି ରିଆଲିଟି ସୋ" "ରାଇଜ୍ ଆଣ୍ଡ୍ ଫଲ୍ ସିଜନ୍ ୨"ରେ କଥାବାର୍ତ୍ତା ସମୟରେ ତେଜ ପ୍ରତାପ ନିଜ ବିବାହ, ଦାମ୍ପତ୍ୟ ଜୀବନରେ ତିକ୍ତତା ଓ ଛାଡ଼ପତ୍ର ମାମଲାକୁ ନେଇ ଖୋଲାଖୋଲି ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି।
Advertisment ତେଜ ପ୍ରତାପଙ୍କ ଅଭିଯୋଗ ଅନୁସାରେ, ଥରେ ସେ ଐଶ୍ୱର୍ଯ୍ୟାଙ୍କୁ ଫୋନରେ ତାଙ୍କର ଜଣେ ପୁରୁଣା ପ୍ରେମିକଙ୍କ ସହ ଚାଟ୍ କରୁଥିବା ଦେଖିଥିଲେ।
ସେହି ସମୟରେ ଐଶ୍ୱର୍ଯ୍ୟା ତାଙ୍କୁ "ଲଭ୍ ୟୁ" ଲେଖିବା ସହ ହାର୍ଟ ଇମୋଜି ପଠାଉଥିବା ସେ ଦେଖି୍ଥିଲେ।
ବିବାହର ୩ ମାସ ପରେ ଆରମ୍ଭ ହୋଇଥିଲା ଝଗଡ଼ା ସୋ"ରେ ଅନ୍ୟ ପ୍ରତିଯୋଗୀଙ୍କ ସହ କଥା ହେବା ସମୟରେ ତେଜ ପ୍ରତାପ କହିଥିଲେ ଯେ ବିବାହର କିଛି ଦିନ ପରେ ହିଁ ତାଙ୍କ ଓ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା।
ଉଭୟଙ୍କ ଚିନ୍ତାଧାରା ଅଲଗା ଥିଲା ଏବଂ ସେ ଚାପରେ ପଡ଼ି ବିବାହ କରିଥିବା ଦାବି କରିଛନ୍ତି।
ସେହି ସମୟରେ ସେ ବିହାର ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ।
ଘରେ ଲଗାତାର ଝଗଡ଼ା ହେଉଥିବାରୁ ତାଙ୍କର ଘରକୁ ଫେରିବାକୁ ଇଚ୍ଛା ହେଉ ନଥିଲା ।
ଅନେକ ସମୟରେ ସେ ସାଙ୍ଗମାନଙ୍କ ଘରେ ରହିଯାଉଥିଲେ କିମ୍ବା ଅନ୍ୟ କେଉଁଠିକୁ ଚାଲିଯାଉଥିଲେ ।
ରାତିସାରା ପାର୍ଟି କରୁଥିବା ନେଇ ଅଭିଯୋଗ ତେଜ ପ୍ରତାପ ଅଭିଯୋଗ କରିଛନ୍ତି, " ଯେ ଐଶ୍ୱର୍ଯ୍ୟା ଘରେ ପ୍ରାୟତଃ ଚିତ୍କାର କରୁଥିଲେ ଏବଂ ତାଙ୍କୁ ଘରୁ ବାହାରକୁ ଯିବାକୁ ଦେଉ ନଥିଲେ।
ଏପରିକି ତାଙ୍କ ବାପା-ମାଆଙ୍କ ସାମ୍ନାରେ ମଧ୍ୟ ଐଶ୍ୱର୍ଯ୍ୟା ପାଟିତୁଣ୍ଡ କରୁଥିଲେ।
ସେ ସକାଳ ୬ରୁ ୭ଟା ମଧ୍ୟରେ ପୂଜା କରୁଥିଲେ, କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କୁ ଏପରି କରିବାକୁ ମନା କରୁଥିଲେ।
ଅନ୍ୟପକ୍ଷରେ, ଐଶ୍ୱର୍ଯ୍ୟା ରାତି ୪ଟା ପର୍ଯ୍ୟନ୍ତ ପାର୍ଟି କରୁଥିଲେ।
ଏକଦା ସେ ବିଧାନସଭାକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ଘରକୁ ଫେରିଥିଲେ।
ନିଜ କୋଠରିକୁ ଯିବା ସମୟରେ ଐଶ୍ୱର୍ଯ୍ୟାଙ୍କୁ ଫୋନରେ ଜଣେ ଯୁବକଙ୍କ ସହ ଚାଟ୍ କରୁଥିବା ଦେଖିଲେ।
ଉକ୍ତ ଯୁବକ ଐଶ୍ୱର୍ଯ୍ୟାଙ୍କ ପୁରୁଣା ପ୍ରେମିକ ଥିଲେ ଏବଂ ଉଭୟଙ୍କ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ ସମୟରେ "ଲଭ୍ ୟୁ" ଓ ହାର୍ଟ ଇମୋଜି ପଠାଯାଉଥିଲା।
ସେ ଦୂରରୁ ଏହା ସବୁ ଦେଖିଥିଲେ।
ଦାମ୍ପତ୍ୟ ଜୀବନରେ ବିବାଦ ଚାଲିଥିବା ସମୟରେ ସେ ଲୁଚିଛପି ଐଶ୍ୱର୍ଯ୍ୟାଙ୍କ କିଛି ଭିଡିଓ ରେକର୍ଡ କରିଥିଲେ।
ଏହି ଭିଡିଓଗୁଡ଼ିକୁ ସେ ପ୍ରମାଣ ଭାବେ ଅଦାଲତରେ ମଧ୍ୟ ଦାଖଲ କରିଛନ୍ତି।" ୨୦୧୮ରେ ହୋଇଥିଲା ବିବାହ, ଛାଡ଼ପତ୍ର ମାମଲା ବିଚାରାଧୀନ ତେଜ ପ୍ରତାପ ଯାଦବ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ୨୦୧୮ରେ ହୋଇଥିଲା।
ନଭେମ୍ବର ୨୦୧୯ରେ ଐଶ୍ୱର୍ଯ୍ୟା ପାଟନାସ୍ଥିତ ରାବଡ଼ୀ ଦେବୀଙ୍କ ବାସଭବନରୁ କାନ୍ଦି କାନ୍ଦି ବାହାରି ଆସିଥିଲେ।
ସେତେବେଳେ ସେ ତେଜ ପ୍ରତାପ, ରାବଡ଼ୀ ଦେବୀ ଓ ମୀସା ଭାରତୀଙ୍କ ବିରୋଧରେ ମାରପିଟ୍ ଏବଂ ଦୁର୍ବ୍ୟବହାରର ଅଭିଯୋଗ କରିଥିଲେ।
ଉଭୟ ଦୀର୍ଘ ସମୟ ଧରି ଅଲଗା ରହୁଛନ୍ତି।
ସେମାନଙ୍କ ଛାଡ଼ପତ୍ର ମାମଲା ପାଟନାର ପାରିବାରିକ ଅଦାଲତରେ ବିଚାରାଧୀନ ରହିଛି।
ତେବେ ଆଇନଗତ ଭାବେ ଏଯାଏଁ ଉଭୟଙ୍କ ଛାଡ଼ପତ୍ର ହୋଇନାହିଁ।
ଚର୍ଚ୍ଚାରେ ଅଜିଙ୍କ୍ୟ ସିନ୍ଦେ: ଅଭିଜିତ୍ ଦୀପ୍କେଙ୍କ ଅନୁପସ୍ଥିତିରେ ଯନ୍ତରମନ୍ତର ଆନ୍ଦୋଳନରେ ସିଜେପିର ନୂଆ ଚେହେରା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।