Food: ଖାଦ୍ୟ ବିଷକ୍ରିୟା ଯୋଗୁ ୮୪ ବିଏସ୍ଏଫ୍ ଯବାନ ହସ୍ପିଟାଲ୍ରେ ଭର୍ତ୍ତି
"ନୂଆଦିଲ୍ଲୀ: ମଣିପୁରରେ ଆଜି ୮୪ ଜଣ ବିଏସ୍ଏଫ୍ ଯବାନ ଖାଦ୍ୟ ବିଷକ୍ରିୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ସେମାନେ ଆଜି ସକାଳ ପ୍ରାୟ ୮ଟା ୩୦ ସମୟରେ ପୁରୀ ଓ ଆଳୁ ତରକାରି ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ।
କ୍ରମାଗତ ବାନ୍ତି ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Advertisment ସୀମା ସୁରକ୍ଷା ବଳର ସଦସ୍ୟମାନଙ୍କୁ ଆଜି ଅପରାହ୍ଣ ପ୍ରାୟ ୧ଟାରେ ରିମ୍ସ (ରେଜିଓନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) ଅଣାଯାଇଥିଲା।
ଅସୁସ୍ଥ ହୋଇପଡ଼ିଥିବା ଏହି ଯବାନମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମସାଙ୍ଗରେ ଏକ ନିର୍ମାଣ ସ୍ଥଳରେ ରହୁଥିଲେ।
ସକାଳ ଜଳଖିଆ ପରେ ବାନ୍ତି ହେବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା।
ରିମ୍ସ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ୍ ଇନ୍ ଚାର୍ଜ ଏମ୍ ରାମେଶ୍ବର କହିଛନ୍ତି, ଏବେ ସମସ୍ତେ ବିପଦମୁକ୍ତ ଏବଂ ଖାଦ୍ୟ ବିଷାୟନର କାରଣ ଜାଣିବାକୁ ଚେଷ୍ଟା କରାଯାଉଛି।
Treatment: ଝାଲମୁଢି ଖାଇ ୪୦ରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।