Food Packets Air Dropped: ଜଳବନ୍ଦୀ ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ; ଖାଦ୍ୟ ପୁଡ଼ିଆ ବଣ୍ଟନ ଲାଗି ଏୟାର ଡ୍ରପିଂ
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟାରେ ପ୍ରବଳ କ୍ଷତି ସହିଛି ଗଞ୍ଜାମ ଜିଲ୍ଲା।
ଜିଲ୍ଲାର ଜଳବନ୍ଦୀ ଲୋକଙ୍କ ନିକଟରେ ପହଞ୍ଚିଲା ରିଲିଫ୍ ସାମଗ୍ରୀ।
ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଖାଦ୍ୟ ପୁଡ଼ିଆ ବଣ୍ଟନ ଲାଗି ଆରମ୍ଭ ହୋଇଛି ଏୟାର ଡ୍ରପିଂ।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକକାଳୀନ ୪ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଛି।
Advertisment ପ୍ରଶାସନ ଦ୍ୱାରା ଚିହ୍ନଟ ହୋଇଥିବା ୨୧ଟି ନିର୍ଦ୍ଦିଷ୍ଟ ପଏଣ୍ଟରେ ଡ୍ରପିଂ କରାଯାଉଛି ଖାଦ୍ୟ ପୁଡ଼ିଆ।
ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର, ଶେରଗଡ଼, ଧରାକୋଟ, ଚିକିଟି, ଆସିକା, ବେଲଗୁଣ୍ଠା ଓ ଭଞ୍ଜନଗରକୁ ଆକାଶ ମାର୍ଗରୁ ଖାଦ୍ୟ ବଣ୍ଟନ କରାଯାଉଛି।
ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
୨୨ ବ୍ଲକର ୨୪୨ ପଞ୍ଚାୟତ, ୩୮୬ ଗାଁ, ୧୮ ସହରାଞ୍ଚଳ ପ୍ରଭାବିତ ହୋଇଛି।
ଜଳବନ୍ଦୀ ହୋଇଛି ୭୨ ଗାଁ।
୩୫୨ ରିଲିଫ ସେଣ୍ଟରରେ ୨୩ ହଜାର ୩୨୩ ଲୋକ ସ୍ଥାନାନ୍ତର ହୋଇଛନ୍ତି।
Advertisment ଜଳବନ୍ଦୀ ଲୋକଙ୍କ ନିକଟରେ ରିଲିଫ୍ ସାମଗ୍ରୀ ଖାଦ୍ୟ ପୁଡ଼ିଆ ବଣ୍ଟନ ଲାଗି ଏୟାର ଡ୍ରପିଂ ରିଲିଫ୍ ଏୟାର ଡ୍ରପିଂରେ ୪ଟି ହେଲିକପ୍ଟର ନିୟୋଜିତ ପ୍ରଶାସନ ଦ୍ୱାରା ଚିହ୍ନଟ ୨୧ଟି ପଏଣ୍ଟରେ ଖାଦ୍ୟ ପୁଡ଼ିଆ ଡ୍ରପିଂ ଗଞ୍ଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ୨୨ ବ୍ଲକର ୨୪୨ ପଞ୍ଚାୟତ, ୩୮୬ ଗାଁ ବନ୍ୟା ପ୍ରଭାବିତ ୩୫୨ ରିଲିଫ ସେଣ୍ଟରରେ ଅଛନ୍ତି ୨୩ ହଜାର ବିପନ୍ନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।