Foreign Investors: ବିଦେଶୀ ନିବେଶକ ଉଠାଇନେଲେଣି ୫୩,୩୩୭ କୋଟି

Oct 25, 2026 - 17:55
Foreign Investors: ବିଦେଶୀ ନିବେଶକ ଉଠାଇନେଲେଣି ୫୩,୩୩୭ କୋଟି

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ରୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ଙ୍କ ପୁଞ୍ଜି ପ୍ରତ୍ୟାହାର ଜାରି ରହିଛି।

ଅକ୍ଟୋବର ମାସରେ ଏପର୍ଯ୍ୟନ୍ତ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରୁ ୫୩,୩୩୭ କୋଟି ଟଙ୍କାର ନିବେଶ ପ୍ରତ୍ୟାହାର କରିଛନ୍ତି।

ଅନ୍ୟପକ୍ଷରେ, ଏହି ସମୟରେ ଆଇପିଓ ମାଧ୍ୟମରେ ୫,୨୮୧ କୋଟି ଟଙ୍କାର ନିଟ୍‌ ନିବେଶ କରିଛନ୍ତି।

ବିଶ୍ୱ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ଦର ବ୍ୟାରେଲ୍‌ ପିଛା ୧୦୦ ଡଲାର ଉପରେ ରହିବା ଭାରତୀୟ ଅର୍ଥନୀତି ଓ ସେୟାର ବଜାର ପାଇଁ ଚିନ୍ତାର କାରଣ ହୋଇଛି।

ତୈଳ ଦର ବୃଦ୍ଧି ଯୋଗୁଁ ଦେଶର ଆମଦାନି ଖର୍ଚ୍ଚ, ମୁଦ୍ରାସ୍ଫୀତି ଓ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବଢ଼ିବା ଆଶଙ୍କା ରହିଛି।

ଏହା କମ୍ପାନିଗୁଡ଼ିକର ଲାଭ ଏବଂ ନିବେଶକଙ୍କ ଆସ୍ଥାକୁ ପ୍ରଭାବିତ କରିପାରେ।

Advertisment ଆହୁରି ପଢନ୍ତୁ: Dinakaran: ବିଜୟ ସରକାର ଗଠନ କରିବାରେ ବିଫଳ ହୋଇଥିଲେ ଏଆଇଏଡିଏମକେର ରହିଥିଲା 'ପ୍ଲାନ୍-ବି', ଖୁଲାସା କଲେ ଟି.ଟି.ଭି.

ଦିନକରନ୍ ଜିଓଜିତ୍‌ ଇନଭେଷ୍ଟମେଣ୍ଟସ୍‌ର ମୁଖ୍ୟ ନିବେଶ ରଣନୀତିକାର ଡ.

ଭିକେ ବିଜୟକୁମାରଙ୍କ ଅନୁସାରେ, ଚଳିତ ବର୍ଷ ଏପର୍ଯ୍ୟନ୍ତ ସେୟାର ବଜାର ମାଧ୍ୟମରେ ବିଦେଶୀ ନିବେଶକଙ୍କ ମୋଟ ସେୟାର ବିକ୍ରି ୩,୬୯,୧୬୪ କୋଟି ଟଙ୍କାରେ ପହଞ୍ଚିଛି।

ଅକ୍ଟୋବର ୨୩ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ସଂସ୍ଥାଗତ ନିବେଶକମାନେ କ୍ରମାଗତ ଦଶମ ସପ୍ତାହ ପାଇଁ ନିଟ୍‌ ବିକ୍ରେତା ରହିଥିଲେ।

ତେବେ ସପ୍ତାହର ଶେଷ ଭାଗରେ ସେମାନଙ୍କ ବିକ୍ରି ପରିମାଣ ହ୍ରାସ ପାଇଥିଲା ଏବଂ ଦୁଇଟି କାରବାର ଦିନରେ ସେମାନେ ନିଟ୍‌ କ୍ରେତା ମଧ୍ୟ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।