25 OCTOBER 2026

Welcome!

Unlock your personalized experience.
Sign Up

Drugs Peddler: ଡ୍ରଗ୍ସ ମାଫିଆ ଉପରେ ବଡ଼ ପ୍ରହାର! ୧୦୦ କୋଟିର ହାୱାଲା କାରବାର ଠାବ, ୧୮ ଗିରଫ

Oct 25, 2026 - 18:16
Drugs Peddler: ଡ୍ରଗ୍ସ ମାଫିଆ ଉପରେ ବଡ଼ ପ୍ରହାର! ୧୦୦ କୋଟିର ହାୱାଲା କାରବାର ଠାବ, ୧୮ ଗିରଫ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣ ନେଟୱର୍କକୁ ଧରିବା ପାଇଁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ‘ଅପରେସନ୍ ଟ୍ରାଇଡେଣ୍ଟ’ ଆରମ୍ଭ କରାଯାଇଛି। ଶୁକ୍ରବାର ଅଭିଯାନରେ ଉତ୍ତର-ପୂର୍ବ ଭାରତର ଆସାମ, ମିଜୋରାମ ଓ ମଣିପୁରର ୩୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଏଥିରେ ପ୍ରାୟ ୧୦୦ କୋଟି ଟଙ୍କାର ସନ୍ଦେହଜନକ ହାୱାଲା କାରବାରର ସୂଚନା ମିଳିବା ସହ ୧୮ ଜଣଙ୍କୁ ଗିରଫ କରାଯାଇଛି।

ଅକ୍ଟୋବର ୨୩ରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମିଜୋରାମ ପୁଲିସ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ସାମିଲ ହୋଇଥିଲେ। ଚଢ଼ାଉ ବେଳେ ୧,୪୨୪ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିବା ବେଳେ ୧୭.୮୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାସହ ୫୦୦ଟି ଡେଟୋନେଟର ଓ ୧୨ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।

ଆହୁରି ପଢନ୍ତୁ: RBI Data Centre: ଭାରତକୁ ଭୁବନେଶ୍ବର ନୂଆ ସଂସ୍ଥାନ ଦେଇଛି: ପ୍ରଧାନମନ୍ତ୍ରୀ ମୋଦୀ

ତଦନ୍ତରୁ ଜଣାପଡ଼ିଛି ଯେ, ମ୍ୟାମାରରୁ ମିଜୋରାମ, ମଣିପୁର ଓ ଆସାମ ଦେଇ ମିଥାମ୍ଫେଟାମିନ୍ ଓ ହେରୋଇନ୍ ଚାଲାଣ କରାଯାଉଥିବା ସନ୍ଦେହ ରହିଛି। ଏହି କାରବାରର ଜାଲ ବାଂଲାଦେଶ ପର୍ଯ୍ୟନ୍ତ ଲମ୍ବିଥିବା ତଦନ୍ତକାରୀ ସଂସ୍ଥା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ନିଶା କାରବାର ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ଜାରି ରହିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।