Iron: ରାଜ୍ୟ ବାହାରକୁ ଯାଉଛି ୫୩% ଲୁହାପଥର: ୫ ବର୍ଷରେ ବିଦେଶକୁ ୭୭ ନିୟୁତ ଟନ୍ ରପ୍ତାନି
"ଭୁବନେଶ୍ବର: ଓଡ଼ିଶା ହେଉଛି ଦେଶର ଏକ ଅଗ୍ରଣୀ ଲୁହାପଥର ଉତ୍ପାଦନକାରୀ ରାଜ୍ୟ।
ରାଜ୍ୟରେ ବହୁ ସଂଖ୍ୟାରେ ଇସ୍ପାତ, ପେଲେଟ୍ ଓ ସ୍ପଞ୍ଜ ଆଇରନ କାରଖାନା ଥିବା ସତ୍ତ୍ବେ ଅଧାରୁ ଅଧିକ ଉତ୍ପାଦିତ ଲୁହାପଥର ରାଜ୍ୟ ବାହାରକୁ ପଠାଯାଉଛି।
ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ବିଗତ ୫ ବର୍ଷରେ ରାଜ୍ୟ ବାହାରକୁ ୫୩ ପ୍ରତିଶତ ଲୁହାପଥର ପଥର ପଠାଯାଇଛି।
ସେଥିରୁ ସିଂହଭାଗ ଦେଶର ବିଭିନ୍ନ ରାଜ୍ୟକୁ ଯାଇଛି ଓ ଅବଶିଷ୍ଟ ଲୁହାପଥର ବିଦେଶକୁ ରପ୍ତାନି କରାଯାଇଛି।
୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ବାର୍ଷିକ ପ୍ରାୟ ୧୭୦ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ହୋଇଥିଲା ଓ ସେଥିରୁ ବର୍ଷକୁ ହାରାହାରି ଭାବେ ୮୦ ନିୟୁତ ଟନ୍ରୁ ଅଧିକ ରାଜ୍ୟ ବାହାରକୁ ପଠାଯାଇଥିଲା।
Advertisment Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ, ୨୦୨୧-୨୨ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷରୁ ଅଧିକ ସମୟରେ ରାଜ୍ୟରେ ୮୯୯.୩୫୯ ନିୟୁତ ଟନ୍ ଲୁହାପଥର ଉତ୍ତୋଜନ କରାଯାଇଥିଲା।
ସେଥିରୁ ୪୨୨.୪୩୨ ନିୟୁତ ଟନ୍ ଲୁହାପଥର ରାଜ୍ୟ ଭିତରେ ବ୍ୟବହୃତ ହୋଇଥିଲା।
ଅବଶିଷ୍ଟ ୪୭୬.୯୨୭ ନିୟୁତ ଟନ୍ ଲୁହାପଥର ରାଜ୍ୟ ବାହାରକୁ ପଠାଯାଇଥିଲା।
ସେଥିରୁ ୩୫୧.୪୩୨ ନିୟୁତ ଟନ୍ ଦେଶର ବିଭିନ୍ନ ରାଜ୍ୟକୁ ଯାଇଥିଲା ଓ ଅବଶିଷ୍ଟ ୭୭.୬୫୧ ନିୟୁତ ଟନ୍ ବିଦେଶକୁ ରପ୍ତାନି କରାଯାଇଥିଲା।
ଏହି ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ଉତ୍ପାଦନ କରାଯାଇଥିବା ମୋଟ୍ ଲୁହାପଥର ମଧ୍ୟରୁ ୩୯.୦୭ ପ୍ରତିଶତକୁ ରାଜ୍ୟ ବାହାରକୁ ପଠାଯାଇଥିଲା ଓ ୮.୬୩ ପ୍ରତିଶତ ଲୁହାପଥର ବିଦେଶକୁ ରପ୍ତାନି କରାଯାଇଥିଲା।
Heavy rain: ବାଲିମେଳା ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ବନ୍ଦ; ବିପଦସଙ୍କୁଳ ସ୍ତରରେ ସତୀଗୁଡ଼ା ଜଳଭଣ୍ଡାର ବର୍ଷୱାରୀ ତଥ୍ୟ ଦେଇ ମନ୍ତ୍ରୀ ଜଣାଇଛନ୍ତି ଯେ ଓଡ଼ିଶାରେ ୨୦୨୧-୨୨ରେ ୧୪୭.୩୬୪ ନିୟୁତ ଟନ୍, ୨୦୨୨-୨୩ରେ ୧୫୫.୨୬୨ ନିୟୁତ ଟନ୍, ୨୦୨୩-୨୪ରେ ୧୬୯.୦୦୪ ନିୟୁତ ଟନ୍, ୨୦୨୪-୨୫ରେ ୧୭୮.୯୯୧ ନିୟୁତ ଟନ୍, ୨୦୨୫-୨୬ରେ ୧୭୩.୮୬୩ ନିୟୁତ ଟନ୍ ଓ ୨୦୨୬-୨୭ର ସେପ୍ଟେମ୍ବର ୧୫ ସୁଦ୍ଧା ୭୪.୮୭୫ ନିୟୁତ ଟନ୍ ଲୁହାପଥର ଉତ୍ପାଦିତ ହୋଇଥିଲା।
ସେଥିରୁ ୨୦୨୧-୨୨ରେ ରାଜ୍ୟ ଭିତରେ ୬୬.୫୧ ନିୟୁତ ଟନ୍ ବ୍ୟବହାର କରାଯାଇଥିଲା ଓ ରାଜ୍ୟ ବାହାରକୁ ୬୦.୬୯୧ ନିୟୁତ ଟନ୍ ଓ ବିଦେଶକୁ ୯.୫୮୭ ନିୟୁତ ଟନ୍ ଲୁହାପଥର ରପ୍ତାନି କରାଯାଇଥିଲା।
୨୦୨୫-୨୬ରେ ରାଜ୍ୟ ଭିତରେ ୮୩.୬୬୮ ନିୟୁତ ଟନ୍ ଲୁହାପଥର ବ୍ୟବହୃତ ହୋଇଥିଲା।
ସେହିବର୍ଷ ରାଜ୍ୟ ବାହାରକୁ ୬୬.୨୪୯ ନିୟୁତ ଟନ୍ ଲୁହାପଥର ପଠାଯାଇଥିଲା ଓ ୧୬.୦୫୪ ନିୟୁତ ଟନ୍ ଲୁହାପଥର ବିଦେଶକୁ ରପ୍ତାନି କରାଯାଇଥିଲା।
ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟ ଭିତରେ ୩୮.୯୮୩ ନିୟୁତ ଟନ୍ ଲୁହାପଥର ବ୍ୟବହୃତ ହୋଇଥିବାବେଳେ ୩୧.୯୦ ନିୟୁତ ଟନ୍ ଲୁହାପଥର ରାଜ୍ୟ ବାହାରକୁ ଯାଇଛି ଓ ୬.୮୭୨ ନିୟୁତ ଟନ୍ ଲୁହାପଥର ବିଦେଶକୁ ରପ୍ତାନି ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।