Former BJD MLA Accused of Assaulting Youth: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମାଡ଼, ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ୍ ହେଲା ଭିଡିଓ

Nov 03, 2026 - 09:03
Former BJD MLA Accused of Assaulting Youth: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମାଡ଼, ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ୍ ହେଲା ଭିଡିଓ

ଉଦଳାର ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନଙ୍କ ନାଁରେ ସାଂଘାତିକ ଅଭିଯୋଗ।

ବିଚ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୁଣ୍ଡାରାଜ୍, ଜଣେ ଯୁବକଙ୍କୁ ନିର୍ଘାତ ମାଡ଼ ମାରୁଥିବାର ସାଂଘାତିକ ଦୃଶ୍ୟ।

ଶ୍ରୀନାଥ ସୋରେନ୍ ଓ ତାଙ୍କ କିଛି ସମର୍ଥକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରୁଥିବାର ଏକ ଭୟଙ୍କର ଭିଡ଼ିଓ ଭାଇରାଲ୍ ହେଉଛି।

Advertisment ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଥାନା ବୃନ୍ଦାଗଡି ଛକରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।

କାରରେ ଉଦଳା ଅଭିମୁଖେ ଯିବାବେଳେ ଶ୍ରୀନାଥ ଏବଂ ଭରଡ଼ାଡ଼ିହି ଅଞ୍ଚଳର ଦେବାଶିଷ ହାଁସଦା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ପରେ ଅତର୍କିତ ଭାବେ ଶ୍ରୀନାଥ ଦେବାଶିଷଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଗୋଡ଼େଇ ଗୋଡ଼େଇ ସହଯୋଗୀ ମାନେ ତାଙ୍କୁ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ୍ ହେଉଛି।

ତେବେ ଶ୍ରୀନାଥ ମାଡ଼ ମାରିଥିବା କଥାକୁ ଖଣ୍ଡନ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।