Leadership Tussle Intensifies Within NCP: ଏନ୍‌ସିପିରେ ବଢ଼ିଲା ଫାଟ! ସୁନେତ୍ରା ପାୱାର ଡାକିଲେ ବିଧାୟକଙ୍କ ଜରୁରୀ ବୈଠକ

Nov 03, 2026 - 14:09
Leadership Tussle Intensifies Within NCP: ଏନ୍‌ସିପିରେ ବଢ଼ିଲା ଫାଟ! ସୁନେତ୍ରା ପାୱାର ଡାକିଲେ ବିଧାୟକଙ୍କ ଜରୁରୀ ବୈଠକ

ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ଏନ୍‌ସିପି ଗୋଷ୍ଠୀ ଭିତରେ ଅସନ୍ତୋଷ ଏବେ ଖୋଲାଖୋଲି ସାମ୍ନାକୁ ଆସୁଛି।

ଦଳର ଆଭ୍ୟନ୍ତରୀଣ କନ୍ଦଳ ଓ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଏନ୍‌ସିପି ସଭାନେତ୍ରୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର।

ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ଦେବଗିରିରେ ସନ୍ଧ୍ୟା ୭ଟାରେ ଏହି ବୈଠକ ବସିବ।

ପ୍ରାୟ ଚାରି ମାସ ପରେ ଦଳର ବିଧାୟକମାନେ ଏକାଠି ହେବାକୁ ଯାଉଛନ୍ତି।

Advertisment ବୈଠକରେ ଦଳ ଭିତରେ ଗୋଷ୍ଠୀ କନ୍ଦଳ, ନେତୃତ୍ୱ ଏବଂ ଅର୍ଥ ବିଭାଗକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ବିଧାୟକମାନଙ୍କ ମତାମତ ନିଆଯିବା ସହ ଦଳର ଆଗାମୀ ରଣନୀତି ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ।

ତେଣୁ ଏହି ବୈଠକ ଉପରେ ମହାରାଷ୍ଟ୍ର ରାଜନୀତିର ନଜର ରହିଛି।

ସୋମବାର ସନ୍ଧ୍ୟାରେ ଏନ୍‌ସିପିର କୋର୍‌ କମିଟି ବୈଠକ ବସିଥିଲା।

ଏହା ପୂର୍ବରୁ ବରିଷ୍ଠ ନେତା ଛଗନ ଭୁଜବଳଙ୍କ ବାସଭବନରେ କିଛି ନେତା ଅଲଗା ଭାବେ ଆଲୋଚନା କରିଥିଲେ।

ଏହା ପୂର୍ବରୁ ଦଳର ବରିଷ୍ଠ ନେତାମାନେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଦଳର ଆଭ୍ୟନ୍ତରୀଣ ସ୍ଥିତି ଓ ଅର୍ଥ ବିଭାଗକୁ ନେଇ ଚର୍ଚ୍ଚା ହୋଇଥିବା ସୂତ୍ରରୁ ଜଣାପଡ଼ିଛି।

Advertisment ସୂତ୍ର ଅନୁସାରେ, ସୁନେତ୍ରା ପାୱାର ଓ ତାଙ୍କ ପୁଅ ପାର୍ଥ ପାୱାରଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାକୁ ନେଇ ପୁରୁଣା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ପ୍ରଫୁଲ୍ଲ ପଟେଲ ଓ ସୁନୀଲ ତଟକରେଙ୍କ ସହ ପରାମର୍ଶ ନକରି କିଛି ନିଯୁକ୍ତି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଥିବା କୁହାଯାଉଛି।

ଅଜିତ ପାୱାରଙ୍କ ଦେହାନ୍ତ ପରେ ଦଳ ଭିତରେ ପ୍ରଭାବ ଓ ନେତୃତ୍ୱକୁ ନେଇ ଟଣାଓଟରା ବଢ଼ିଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ମଙ୍ଗଳବାର ମହାୟୁତି ମେଣ୍ଟର ସମନ୍ୱୟ କମିଟି ବୈଠକ ମଧ୍ୟ ହେବାକୁ ଯାଉଛି।

ବିଜେପି, ଶିବସେନା ଓ ଏନ୍‌ସିପିର ନେତାମାନେ ଏଥିରେ ଯୋଗଦେବେ।

ଏମ୍‌ଏଲ୍‌ସି ନିର୍ବାଚନରେ ମେଣ୍ଟର ପରାଜୟ ଏବଂ ଦଳଗୁଡ଼ିକ ମଧ୍ୟରେ ମତଭେଦ ଉପରେ ଆଲୋଚନା ହୋଇପାରେ।

ଏନ୍‌ସିପିରେ ଲାଗି ରହିଥିବା ଅସନ୍ତୋଷ ଯଦି ଶୀଘ୍ର ଦୂର ନହୁଏ, ତେବେ ଏହାର ପ୍ରଭାବ ସାରା ମହାୟୁତି ସରକାର ଉପରେ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏବେ ସମସ୍ତଙ୍କ ନଜର ସୁନେତ୍ରାଙ୍କ ବୈଠକରୁ ବାହାରିବାକୁ ଥିବା ନିଷ୍ପତ୍ତି ଉପରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।