Former SCERT Chief Manoj Padhi Held in Textbook Error Case: ପାଠ୍ୟପୁସ୍ତକ ତ୍ରୁଟି: SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

Jul 14, 2026 - 17:20
Former SCERT Chief Manoj Padhi Held in Textbook Error Case: ପାଠ୍ୟପୁସ୍ତକ ତ୍ରୁଟି: SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇଛନ୍ତି । ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ମନୋଜ ପାଢ଼ୀଙ୍କୁ ଗିରଫ କରିଛି । ମନୋଜ ପାଢ଼ୀଙ୍କୁ ଗିରଫ ପୂର୍ବରୁ ତାଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ।
DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତ କରୁଛି ସ୍ବତନ୍ତ୍ର ଟିମ୍ ।

Text Book ତ୍ରୁଟି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସରକାର। କ୍ରାଇମବ୍ରାଞ୍ଚ ହାତକୁ ଗତକାଲି ଯାଇଥିଲା ତଦନ୍ତ ଭାର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚରେ ଏଫ୍‌ଆଇଆର୍ ଦାୟର କରିଥିଲେ SCERT ନିର୍ଦ୍ଦେଶିକା। ଏହି ସମ୍ବେଦନଶୀଳ ମାମଲାର ଯାଞ୍ଚ ପାଇଁ ଗଠନ ହୋଇଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT)। 

ପାଠ୍ୟପୁସ୍ତକରେ ମାଳ ମାଳ ଭୁଲକୁ ନେଇ ନିନ୍ଦିତ ହୋଇଛନ୍ତି ରାଜ୍ୟ ସରକାର । ଅପରାଧିକ ଦୃଷ୍ଟି କୋଣରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।