Head-Shaving Video Goes Viral: ଘରେ ଠିକ୍ କରିଦେଲେ ବାହାଘର; ଲଣ୍ଡା ହୋଇପଡିଲେ ଯୁବତୀ, କାରଣ…

Jul 14, 2026 - 17:20
Head-Shaving Video Goes Viral: ଘରେ ଠିକ୍ କରିଦେଲେ ବାହାଘର; ଲଣ୍ଡା ହୋଇପଡିଲେ ଯୁବତୀ, କାରଣ…

ଆଜିକାଲି ସୋସିଆଲ ମିଡିଆରେ(Social Media ) ଭାଇରାଲ(Viral Video) ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର କଣ୍ଟେଣ୍ଟ ପୋଷ୍ଟ କରୁଛନ୍ତି। କେବେ ଏହା ମନୋରଞ୍ଜନର କାରଣ ହେଉଛି, ତ କେବେ ବିବାଦର। ଏବେ ସେଭଳି ଏକ ଭିଡିଓକୁ ନେଇ ଇଣ୍ଟରନେଟରେ(Trending News) ଜୋରଦାର ଚର୍ଚ୍ଚା ଚାଲିଛି। ଜଣେ ଯୁବତୀ ସ୍ୱଇଚ୍ଛାରେ ନିଜ ମୁଣ୍ଡରୁ ସବୁ ଚୁଟି କାଟି ଲଣ୍ଡା ହେଉଥିବା ଭିଡିଓ ଭାଇରାଲ ହୋଇଛି। ହେଲେ ଭିଡିଓଠାରୁ ଅଧିକ ଏହାର କ୍ୟାପ୍ସନକୁ ନେଇ ଚର୍ଚ୍ଚା ବଢ଼ିଛି।

ଭାଇରାଲ ଭିଡିଓ:

ଭାଇରାଲ ଭିଡିଓରେ ଯୁବତୀ ଜଣକ ଶାନ୍ତ ଭାବେ ଚେୟାରରେ ବସି ନିଜ ମୁଣ୍ଡକୁ ଲଣ୍ଡା କରୁଥିବା ଦେଖାଯାଉଛନ୍ତି। ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, "POV: ମୋ ମା' ମୋର ବିବାହ ଠିକ୍ କରିଦେଇଛନ୍ତି।" ଏହି କ୍ୟାପ୍ସନ ଦେଖିବା ପରେ ନେଟିଜେନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ୍ ମିଡିଆରେ କମେଣ୍ଟ ସୁଅ ଛୁଟିବାରେ ଲାଗିଛି।

କେତେକ ୟୁଜର୍ସ ଏହାକୁ ଆରେଞ୍ଜ ମ୍ୟାରେଜ୍‌ର ବିରୋଧ ବୋଲି କହୁଥିବା ବେଳେ, ଆଉ କେତେକଙ୍କ ମତରେ ଯୁବତୀଙ୍କ ଇଚ୍ଛା ବିରୋଧରେ ବିବାହ ହେଉଥିବାରୁ ସେ ଏଭଳି ପ୍ରତିବାଦ କରିଥାଇପାରନ୍ତି। ତେବେ ଭିଡିଓରେ ଯୁବତୀ କୌଣସି କାରଣ ସ୍ପଷ୍ଟ କରିନାହାନ୍ତି।

https://otvkhabar.in/national/after-the-honeymoon-coach-now-worship-on-a-moving-train-is-it-really-possible-12159544

https://otvkhabar.in/social-media/groom-carries-bride-through-floodwaters-as-indore-wedding-video-wins-hearts-across-social-media-platforms-12145806

ଭିଡିଓରେ ଦେଖାଯାଉଥିବା ଯୁବତୀଙ୍କ ନାମ କୀର୍ତ୍ତନ ମେନନ ବୋଲି କୁହାଯାଉଛି। ତେବେ ସେ କାହିଁକି ଲଣ୍ଡା ହେଉଛନ୍ତି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଦେଇନାହାନ୍ତି। ତଥାପି ସୋସିଆଲ ମିଡିଆରେ ଅନେକ ଲୋକ ନିଜ ନିଜ ଅନୁମାନ ଲଗାଇବାରେ ବ୍ୟସ୍ତ।

ଅନ୍ୟପକ୍ଷରେ କିଛି ୟୁଜର୍ସ ଏହାକୁ କେବଳ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି। ଆଉ କେହି କହୁଛନ୍ତି ଯେ ଏହା ହେୟାର ଡୋନେସନ, ବ୍ୟକ୍ତିଗତ କାରଣ କିମ୍ବା କୌଣସି ଧାର୍ମିକ ପରମ୍ପରା ସହ ଜଡ଼ିତ ହୋଇପାରେ। ଅଧିକାଂଶ ଲୋକ ଏହାକୁ ସୋସିଆଲ ମିଡିଆ କଣ୍ଟେଣ୍ଟ ବୋଲି ମଧ୍ୟ ମନେକରୁଛନ୍ତି।

ତେବେ ଏପର୍ଯ୍ୟନ୍ତ ଯୁବତୀ ଲଣ୍ଡା ହେବାର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। ସେଥିପାଇଁ କେବଳ ଭାଇରାଲ କ୍ୟାପ୍ସନ ଆଧାରରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।