Found the Missing Son: ୩୨ ବର୍ଷ ପରେ ମିଳିଲା ହଜିଲା ପୁଅ
ଏ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ ନୁହେଁ।
ହେଲେ ବିହାରର କଟିହାର ଜିଲ୍ଲା ମଣିହାରୀ ବ୍ଲକର କାନ୍ତକୋଷ ଗାଁରେ ଦୀର୍ଘ ୩୧ ବର୍ଷ ପରେ ଘଟିଛି ଏଭଳି ଏକ ଭାବପ୍ରବଣ ପୁନର୍ମିଳନ।
୯ ବର୍ଷ ବୟସରେ ହଜିଯାଇଥିବା ପିଣ୍ଟୁଙ୍କୁ ଦୀର୍ଘ ତିନି ଦଶନ୍ଧି ପରେ ଦେଖି ତୁରନ୍ତ ଚିହ୍ନିପାରିନଥିଲେ ପରିବାର ଲୋକ।
ସମୟ ସହ ବଦଳିଯାଇଥିଲା ଚେହେରା ବଢ଼ିଯାଇଥିଲା ବୟସ।
ହେଲେ ମାଆ ମୀନା ଦେବୀଙ୍କ ମନରେ ଥିବା ପୁଅର ସ୍ମୃତି ଏବେ ବି ଥିଲା ଜୀବନ୍ତ।
ଶେଷରେ ପୁଅର ମୁହଁରେ ଥିବା ପିଲାଦିନର ଏକ ଦାଗ ଉପରେ ପଡ଼ିଥିଲା ତାଙ୍କ ନଜର।
ସେହି ଦାଗ ହିଁ ୩୧ ବର୍ଷ ପରେ ମାଆଙ୍କୁ ତାଙ୍କ ହଜିଲା ପୁଅର ପରିଚୟ ଦେଇଥିଲା।
ଦୀର୍ଘ ବର୍ଷର ବିଚ୍ଛେଦ ପରେ ପୁଅକୁ ପୁଣି ଆଖି ଆଗରେ ପାଇ ମାଆଙ୍କ ଖୁସି କହିଲେ ନସରେ।
ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲେ।
ଦିନେ ଯେଉଁ ପୁଅକୁ ହରାଇ ପରିବାର ଅଧୁରା ହୋଇଯାଇଥିଲା ଆଜି ତାକୁ ପାଖରେ ପାଇ ସମସ୍ତେ ଖୁସିରେ ଝୁମି ଉଠିଛନ୍ତି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।