Four Youths Drown During Ganesh Immersion: ଗଣେଶ ଭସାଣି ବେଳେ ଅଘଟଣ; ନଦୀରେ ବୁଡିଗଲେ ୪ ଯୁବକ… ଜଣେ ନିଖୋଜ
ଜଗତସିଂହପୁର ଜିଲ୍ଲାରେ ଗଣେଶ ଭସାଣି ବେଳେ ଘଟିଛି ଅଘଟଣ। ପଣ୍ଡୁଆ ଗୋପାଳପୁର ନିକଟରେ ବୃଦ୍ଧା ନଦୀରେ ୪ ଜଣ ଯୁବକ ବୁଡ଼ିଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଆଉ ଜଣେ ଏବେବି ନିଖୋଜ ଅଛନ୍ତି।
ସୂଚନା ଅନୁସାରେ, ଗଣେଶ ମୂର୍ତ୍ତି ଭସାଣି ପାଇଁ କିଛି ଯୁବକ ବୃଦ୍ଧା ନଦୀକୁ ଯାଇଥିଲେ। ଏହି ସମୟରେ ହଠାତ୍ ୪ ଜଣ ଯୁବକ ନଦୀର ଗଭୀର ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳିନାହିଁ। ନଦୀରେ ଭାସିଯାଇଥିବା ସମସ୍ତ ଯୁବକ ସ୍ଥାନୀୟ ଅରଡ଼ା ଗାଁର ବୋଲି ଜଣାପଡ଼ିଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଦୁଇ ଯୁବକଙ୍କୁ ଖୋଜିବା ପାଇଁ ଅପରେସନ୍ ଜାରି ରଖିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।
- ଜଗତସିଂହପୁର ପଣ୍ଡୁଆ ଗୋପାଳପୁର ନିକଟରେ ଅଘଟଣ
- ଗଣେଶ ଭାସାଣି ବେଳେ ଅଘଟଣ
- ବୃଦ୍ଧା ନଦୀରେ ବୁଡିଗଲେ ୪ ଯୁବକ
- ୩ ଜଣ ଉଦ୍ଧାର, ୧ ଜଣ ନିଖୋଜ
- ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
- ନଦୀରେ ବୁଡ଼ି ୧ ନିଖୋଜ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।