Two Brothers Rescued From Drowning: ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର; ଫଟୋ ଉଠାଉଥିବାବେଳେ ବୁଡ଼ିଯାଉଥିଲେ
ପୁରୀ ସମୁଦ୍ରରେ ସ୍ନାନ ସମୟରେ ବିରାଟ ଏକ ଅଘଟଣରୁ ବର୍ତ୍ତିଗଲେ ୨ ପର୍ଯ୍ୟଟକ। ଦୁଇ ଜଣ ପଯ୍ୟଟକ ବୁଡି ଯାଉଥିବା ସମୟରେ ୩ ଜଣ ଲାଇଫଗାର୍ଡ ଏବଂ ଫଟୋଗ୍ରାଫ୍ ଆସୋସିଏସନର କିଛି ସଦସ୍ୟ ସମୁଦ୍ର ଭିତରକୁ ଲମ୍ଫ ପ୍ରଦାନ କରି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି।
ଦିଗବାରେଣି ଖୁଣ୍ଟି ପାଖରେ ବଲାଙ୍ଗୀର କଣ୍ଟାବାଞ୍ଝିର ଦୁଇ ଭାଇ ସମୁଦ୍ରରେ ବୁଡ଼ି ଯାଉଥିଲେ। ଉଭୟ ହେଲେ ବଡ଼ ଭାଇ ଆୟୁଷ ଗୁପ୍ତା, ସାନ ଭାଇ ଆୟନ ଗୁପ୍ତା।ଦୁଇ ଜଣ ଏବେ ସୁସ୍ଥ ଅଛନ୍ତି। ପଯ୍ୟଟକଙ୍କର ଫଟୋ ଉଠାଇବା ସମୟରେ ଦୁଇ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡିଯିବା ଦେଖି ନିଜ ଜୀବନକୁ ବାଜି ଲଗାଇ 2 ଜଣଙ୍କୁ ଉଦ୍ଧାର କରିଛନ୍ତି ଫଟୋଗ୍ରାଫର ଓ ଲାଇଫଗାର୍ଡ ସଦସ୍ୟ।
- ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର
- ଫଟୋ ଉଠାଉଥିବାବେଳେ ବୁଡ଼ିଯାଉଥିଲେ
- ଉଦ୍ଧାର କଲେ ଲାଇଫଗାର୍ଡ ଓ ୩ ଫଟୋଗ୍ରାଫର ସଦସ୍ୟ
- ସମୁଦ୍ରକୁ ଡେଇଁ ୨ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ
- ବଲାଙ୍ଗିର ଅଂଚଳର ୨ ପର୍ଯ୍ୟଟକ ଉଦ୍ଧାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।