FPI: ସେୟାର ବଜାରରୁ ବିଦେଶୀ ନିବେଶକ ଉଠାଇନେଲେ ୩୪,୮୪୩ କୋଟି
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ଙ୍କ ଅର୍ଥ ପ୍ରତ୍ୟାହାର ଜାରି ରହିଛି। ଅକ୍ଟୋବର ମାସରେ ସେମାନେ ଭାରତୀୟ ଇକ୍ୱିଟି ବଜାରରୁ ୩୪,୮୪୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବରରେ ସେମାନେ ୩୫,୮୬୧ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ।
ତେବେ ଅକ୍ଟୋବରର ଶେଷ ସପ୍ତାହରେ ବିଦେଶୀ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଦେଇଛି। ୨୬ରୁ ୩୦ ତାରିଖ ମଧ୍ୟରେ ସେମାନେ ପ୍ରାୟ ୬,୩୦୦ କୋଟି ଟଙ୍କାର ସେୟାର କିଣିଛନ୍ତି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧହାର ଅପରିବର୍ତ୍ତିତ ରଖିବା, ବଡ଼ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ଆକର୍ଷଣୀୟ ସ୍ତରକୁ ଆସିବା ଏବଂ ଭାରତୀୟ ଅର୍ଥନୀତିର ସ୍ଥିର ଅଭିବୃଦ୍ଧି ଏହି ପରିବର୍ତ୍ତନର କାରଣ ହୋଇପାରେ। ଚଳିତବର୍ଷର ପ୍ରଥମ ୧୦ ମାସରେ ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକଙ୍କ ମୋଟ ପ୍ରତ୍ୟାହାର ୨.୯୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
Chemicals and petrochemicals: ରସାୟନ, ପେଟ୍ରୋରସାୟନ ନିବେଶକୁ ଆଖି
ଅଶୋଧିତ ତୈଳ ଦରରେ ବୃଦ୍ଧି, ବିଶ୍ୱସ୍ତରରେ ସୁଧହାର ଉଚ୍ଚ ରହିବା ଏବଂ କମ୍ପାନିଗୁଡ଼ିକର ଲାଭ ନେଇ ଅନିଶ୍ଚିତତା ବିଦେଶୀ ନିବେଶକଙ୍କ ମନୋଭାବକୁ ପ୍ରଭାବିତ କରିଛି। ଆମେରିକାରେ ଆକର୍ଷଣୀୟ ନିବେଶ ସୁଧହାର ମଧ୍ୟ ବିଦେଶୀ ପୁଞ୍ଜିକୁ ଭାରତୀୟ ବଜାରରୁ ଅନ୍ୟତ୍ର ନେବାର ଏକ କାରଣ ହୋଇଛି। ବିଦେଶୀ ନିବେଶକଙ୍କ ବିକ୍ରି ଚାପ ସତ୍ତ୍ୱେ ଘରୋଇ ସଂସ୍ଥାଗତ ନିବେଶକମାନେ ବଜାରକୁ ସମର୍ଥନ ଦେଉଛନ୍ତି। ଏହି କାରଣରୁ ବଜାରରେ ବଡ଼ଧରଣର ଅସ୍ଥିରତାକୁ କିଛି ମାତ୍ରାରେ ରୋକାଯାଇ ପାରିଛି। ଆଗାମୀ ଦିନରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ, ଅଶୋଧିତ ତୈଳ ଦର, ଅନ୍ତର୍ଜାତୀୟ ଯୁଦ୍ଧ ପରିସ୍ଥିତି ଏବଂ କମ୍ପାନିଗୁଡ଼ିକର ତ୍ରୈମାସିକ ଆର୍ଥିକ ଫଳାଫଳ ଭାରତୀୟ ସେୟାର ବଜାରର ଗତି ନିର୍ଣ୍ଣୟ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।