ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ସସପେନ୍ସ, ୧୭ ଦିନ ପରେ ବି ପୋଲିସ ହାତ ଖାଲି!

Nov 01, 2026 - 17:59
ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ସସପେନ୍ସ, ୧୭ ଦିନ ପରେ ବି ପୋଲିସ ହାତ ଖାଲି!

ନନ୍ଦିଘୋଷ ବିୁରୋ: ଜଳେଶ୍ୱର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଢ଼ୁଛି ସସପେନ୍ସ। ଅପରାଧୀ ଜଣେ ନା ଏକାଧିକ। ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ। ଘଟଣାକୁ ୧୭ ଦିନ ବିତିଥିଲେ ମଧ୍ୟ ପୋଲିସ ହାତ ଖାଲି। ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତାଙ୍କ ପରିବାର। ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । କିନ୍ତୁ ତାର ସହଯୋଗୀଙ୍କ ଏ ଯାଏ ଗିରଫ କରାଯାଇନାହିଁ। ସେପଟେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ନାବାଳିବା ଭଲ ନୃତ୍ୟ କରୁଥିବାରୁ ତାଙ୍କ ଘନିଷ୍ଠ ବନ୍ଧୁ ଇର୍ଷା ପରାୟଣ ହୋଇ ଏଭଳି ଷଡ଼ଯନ୍ତ୍ର ରଚିଥାଇ ପାରନ୍ତି ବୋଲି ସନ୍ଦେହ ବଢ଼ୁଛି। ଘଟଣାର ପୂର୍ବଦିନ ନାବାଳିକାର ଘନିଷ୍ଠ ସାଙ୍ଗ ତାଙ୍କୁ ଚାଉମିନ ଖୁଆଇବା ବାହାନାରେ ଡାକି ଜହ୍ଲ୍ହାଦ କାହ୍ନୁ ନିକଟରେ ଛାଡିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣା ପରଠୁ ନାବାଳିକାର ଘନିଷ୍ଠ ସାଙ୍ଗ ଓ ତାର ମା’ ଫେରାର ଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଅନ୍ୟପଟେ ନାବାଳିକାକୁ ନ୍ୟାୟ ଦାବିରେ ଜୋର୍ ଧରିଛି ରାଜନୀତି। ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଡିଙ୍ଗ ଟିମ୍ ପୀଡ଼ିତାଙ୍କ ଘରେ ପହଞ୍ଚିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। କଂଗ୍ରେସର ରାଜ୍ୟସ୍ତରୀୟ ନେତୃବୃନ୍ଦ ଜଳେଶ୍ଵର ଥାନାରେ ବିକ୍ଷୋଭ କରିଥିଲେ। ବିଭିନ୍ନ ଦଳ ପକ୍ଷରୁ ଗତ ୨୭ ତାରିଖରେ ଜଳେଶ୍ଵର ବନ୍ଦ ଡାକରା ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପୋଲିସର ହାତ ଖାଲିଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏନେଇ ନନ୍ଦିଘୋଷ ଟିଭି କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ଆଇଓ ଡିଏସପି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।