Fresh Escalation in Tensions: ପୁଣି ତୀବ୍ର ହେଲା ଉତ୍ତେଜନା, ଇରାନର ୫ ତୈଳ ଜାହାଜ ଧ୍ବଂସ କଲା ଆମେରିକା

Sep 09, 2026 - 11:41
Fresh Escalation in Tensions: ପୁଣି ତୀବ୍ର ହେଲା ଉତ୍ତେଜନା, ଇରାନର ୫ ତୈଳ ଜାହାଜ ଧ୍ବଂସ କଲା ଆମେରିକା

ପୁଣି ତେଜିଲା ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା। ଆଜି ପୁଣି ଇରାନ ଉପରେ ହମଲା କରିଛି ଆମେରିକା। ଆମେରିକାର ମିସାଇଲ ମାଡ଼ରେ ଇରାନର ୫ ଜାହାଜ ଧ୍ବଂସ ହୋଇଛି। ଖାର୍ଗ ଦ୍ବୀପରେ ହୋଇଥିବା ଏହି ଆକ୍ରମଣରେ ଧ୍ବଂସ ହୋଇଛି ୫ ତୈଳ ଟ୍ୟାଙ୍କର। ଜାହାଜକୁ ମିସାଇଲ ମାଡ଼ କରିଥିବା ନେଇ ସୂଚନା ଦେଇଛି ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍।

ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ IRGC ଆମେରିକୀୟ ନୌସେନା ଯୁଦ୍ଧଜାହାଜକୁ  ବାଲିଷ୍ଟିକ୍ ମିସାଇଲ ସାହାଯ୍ୟରେ ଯୁଦ୍ଧଜାହାଜକୁ ଦୁଇ ଦୁଇ ଥର ଟାର୍ଗେଟ କରିବାକୁ ଚେଷ୍ଟା କରିବା ପରେ ଗତକାଲି ଆମେରିକା ପାଞ୍ଚଟି ଇରାନୀ ତୈଳ ଟ୍ୟାଙ୍କର୍ ନଷ୍ଟ କରିଦଇଛି। ଏଥିରେ MT କାବିଜ, MT ଚାରମିନାର, MT ହରାଇଜନ ଓ୍ୱାନ ଏବଂ MT ରିଏସ୍କୋ ଜାହାଜ ଧ୍ବଂସ ହୋଇଛି। ଖାର୍ଗ ଦ୍ବୀପ ନିକଟରେ MT ଡେରିଆକୁ ଟାର୍ଗେଟ କରି ନଷ୍ଟ କରିଥିଲା ଆମେରିକା ସେନା।  

ଆମେରିକୀୟ ଯୁଦ୍ଧଜାହାଜଗୁଡ଼ିକ ଉଭୟ ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣକୁ ସଫଳତାର ସହ ଅକାମୀ କରିବା ସହ ଜଳସୀମାରେ ପାଟ୍ରୋଲିଂ ଜାରି ରଖିଥିଲେ। ଜାହାଜଗୁଡ଼ିକ ଉପରେ ଆକ୍ରମଣ ହେବା ପୂର୍ବରୁ କ୍ରୁ ସଦସ୍ୟଙ୍କୁ ଜାହାଜ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଆମେରିକୀୟ ସେନା ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିଥିବା ସେଣ୍ଟକମ୍ ପକ୍ଷରୁ କୁହାଯାଇଛି। ଗତ ୫ ତାରିଖରେ ମଧ୍ୟ ଇରାନର ୩ଟି ତୈଳ ଟ୍ୟାଙ୍କରକୁ ନଷ୍ଟ କରିଥିଲା ଆମେରିକା ସେନା।

ସେପଟେ ଆମେରିକା ଆକ୍ରମଣର ଜବାବ ଦେଇଛି ଇରାନର ଆଇଆରଜିସି। ଜୋର୍ଡାନରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନରୁ ମାଡ଼ ହୋଇଥିବା ୨୦ଟି ମିସାଇଲ ମଧ୍ୟରୁ ୧୮ଟିକୁ ମାରି ଖସାଇ ଦେଇଥିବା କହିଛି ଜୋର୍ଡାନ। 

ଆମେରିକାର ମିସାଇଲ ମାଡ଼ରେ ତୈଳ ଟ୍ୟାଙ୍କର ଧ୍ବଂସ
ଖାର୍ଗ ଦ୍ବୀପ ନିକଟରେ ଆମେରିକାର ମିସାଇଲ ହମଲା
ଆମେରିକା ନୌସେନା ଜାହାଜକୁ ଆକ୍ରମଣର ପ୍ରତି ଜବାବରେ ହମଲା
ଆମେରିକା ଆକ୍ରମଣର ଜବାବ ଦେଲା ଇରାନ 
ଜୋର୍ଡାନରେ ଥିବା ଆମେରିକା ସୈନ୍ୟ ଠିକଣାକୁ ଟାର୍ଗେଟ୍ 
ଇରାନ ୨୦ ମିସାଇଲ ମାଡ଼ କରିଥିବା କହିଲା ଜୋର୍ଡାନ୍
୧୮ ମିସାଇଲକୁ ଅକାମୀ କରିଥିବା ଜୋର୍ଡାନର ସୂଚନା
ଗତ ୫ ତାରିଖରେ ମଧ୍ୟ ୩ ତୈଳ ଟ୍ୟାଙ୍କର ଧ୍ବଂସ କରିଥିଲା ଆମେରିକା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।