Massive Floods Ravage Ganjam: ଗଞ୍ଜାମରେ ଜଳପ୍ରଳୟ! ବୁଡ଼ିଲା ସୋରଡ଼ା, ଭାସିଲା ଭଞ୍ଜନଗର
ପ୍ରକୃତିର ରୌଦ୍ରରୂପ।
ସ୍ଥିତି ଉତ୍ତରାଖଣ୍ଡର ଜଳପ୍ରଳୟ ଭଳି।
ଅମାନିଆ ପାଣି ମାନୁନି ବନ୍ଧବାଡ।
ଆଗରେ ଯିଏ ଆସିଲା, ଯାହା ପଡିଲା ସବୁ ଭସାଇନେଉଛି।
ଗାଁ ଦାଣ୍ଡରେ ଚାଲିଛି ବେକେ ବେକେ ପାଣି।
ଅଧରାତିରେ ମାଡିଆସିଲା ଋଷିକୂଲ୍ୟା ପାଣି।
ଆରମ୍ଭ କରିଦେଲା ତାଣ୍ଡବ।
ସୁଁ ସୁଁ କରି ଗଞ୍ଜାମ ସୋରଡାରେ ରଚିଲା ପ୍ରଳୟ।
ଆଉ ଆଖି ଖୋଲିବା ବେଳକୁ ବୁଡିସାରିଥିଲା ଗାଁ ଗଣ୍ଡା।
ଉଭେଇଯାଇଥିଲା ଘରର ଗ୍ରାଉଣ୍ଡ ଫ୍ଲୋର।
ଘରେ ପଶି ପାଣି ଟାଣି ଆଣିଲା ସିଲିଣ୍ଡର, ଫ୍ରିଜ୍, ଆସବାବପତ୍ର।
ପାଣିର ସୁଅରେ ମଣିଷ ବି ଭାସିଲେ।
Advertisment ଆସ୍କାରରେ ଋଷିକୂଲ୍ୟା ପାଣି ସବୁ ଭସାଇନେଇଛି।
ଗାଁ ଗଣ୍ଡା, ରାସ୍ତାଘାଟ, ବିଲବାଡି ସବୁ ଏକାକାର।
ଯିଏ ଯେଉଁଠି ଥିଲେ ସେଇଠି ଅଟକିଛି।
ହଲିବା ବି ମୁସ୍କିଲ।
ବାହାରିବାକୁ ନା ବାଟ ଅଛି ସମୟ।
ସହର ବି ପାଣି ଘେରରେ।
୧୦ ଫୁଟ ପାଣିରେ ବୁଡିଥିଲା ଧରାକୋଟ ବ୍ଲକ ଦସମାଇଲି ଗାଁ।
ଆସିକାରୁ-ବ୍ରହ୍ମପୁର- ସୋରଡ଼ାକୁ ବିଛିନ୍ନ ହୋଇଯାଇଥିଲା ଯୋଗାଯୋଗ।
ଲଗାଣ ବର୍ଷା ପରେ ନଦୀ ପାଣି ଗାଁ ଗାଁରେ ପଶିଛି।
ଚାରିଆଡି ଖାଲି ପାଣି ଆଉ ପାଣି।
ଏତେ ବର୍ଷା କେଉଁଠି ଥିଲା, କେମିତି ହେଲା, ଲୋକେ କାବା।
ବର୍ଷ ବର୍ଷ ଧରି ଏମିତି ବର୍ଷା, ଏତେ ପାଣି ଦେଖିନଥିଲେ।
ପୁରୁଷୋତ୍ତମପୁର ଟଙ୍କାଛାଇ ଠାରୁ ହିଞ୍ଜିଳିକାଟୁ ରାସ୍ତା ଉପରେ ୫ ଫୁଟର ପାଣି।
ଅଣ୍ଟାଏ ପାଣିରେ ଜଳବନ୍ଦୀ ହାଣ୍ଡିଘର ଗାଁ।
Advertisment ପୁରୁଷୋତ୍ତମପୁର ଆଛୁଲି ପାଖରେ ରୁଷିକୁଲ୍ୟାରେ ସୃଷ୍ଟି ହୋଇଛି ୩୦ ଫୁଟ୍ ର ଘାଇ।
ଫଳରେ ପ୍ରତାପପୁର ଅଞ୍ଚଳକୁ ପଶୁଛି ବନ୍ୟା ଜଳ।
ବର୍ଷା ବିତ୍ପାତର ଭୟଙ୍କର ଦୃଶ୍ୟ।
ପ୍ରକୃତିର କୋପ ଦେଖିଲେ ଛାତି ଥରି ଉଠୁଛି।
ଜଳପ୍ରଳୟର ଡ୍ରୋନ୍ ଚିତ୍ର ଭଞ୍ଜନଗରର।
ଗାଁ ପାଖ ଦେଇଯାଇଥିବା ନଦୀ, ଗାଁ ବୁଡାଇଛି।
ପାଣି ଏତେ ଯେ କ୍ଷତି ଆକଳନ କରିହେଉନି।
ସହର ବି ବୁଡିଛି।
ପାଣି ଘେରରେ ମୁଖ୍ୟ ବଜାର।
ବିଛିନ୍ନ ହୋଇଯାଇଛି ଯୋଗାଯୋଗ।
ଉବୁଟୁବୁ ବାଇପାସ୍ ରୋଡରେ ଥିବା ଗାଡି ସୋରୁମ୍।
ବାଇକ୍, ସ୍କୁଟର ସବୁ ବୁଡ଼ିଛି।
ରାସ୍ତାରେ ବି ଛୁଟୁଛି ବନ୍ୟା ପାଣିର ସୁଅ।
ଉଛୁଳୁଛି ନଦୀ, ଗାଁକୁ ଗାଁ ମାଡ଼ି ଆସୁଛି ବନ୍ୟା ପାଣି।
ଭାଙ୍ଗୁଛି ବନ୍ଧ, ଧୋଇ ହୋଇଯାଉଛି ରାସ୍ତାଘାଟ।
ଲଗାଣ ବର୍ଷାରେ ଛଟପଟ ଜନଜୀବନ।
ଉଛୁଳୁଛି ଘୋଡ଼ାହାଡ଼ ନଦୀ।
ବନ୍ୟାଜଳ ଗାଁ ଭିତରକୁ ପଶି ଲହଡ଼ି ଭାଙ୍ଗୁଛି।
ରାସ୍ତାଘାଟ ଜଳମଗ୍ନ, ଚାଷଜମିରେ ମାଡ଼ିଛି ପାଣି।
ସାନଖେମୁଣ୍ଡିରେ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଥିବା ବେଳେ ପଟାଶାଳ ନିକଟରେ ବନ୍ୟାଜଳରେ ଧୋଇଯାଇଛି ବ୍ରିଜ୍।
ସେପଟେ ଧରାକୋଟ ବ୍ଲକ ସାବା-ବଳରାମପୁର ପଞ୍ଚାୟତର ପ୍ରାୟ ୨୦ଟି ଉପାନ୍ତ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ।
ସେହିପରି ଏହି ବ୍ଳକର ଜାହାଡ଼ା, ସିଂଗିପୁର, ନନ୍ଦିଘୋର, ଜଗମହୋନ ଆଦି ଅଂଚଳ ଏବେ ଜଳବନ୍ଦୀ।
ଗାଁ ଦାଣ୍ଡରେ ସୁଅ କାଟି ଚାଲିଛି ଛାତିଏ ଉଚ୍ଚର ପାାଣି।
ପବନ ଓ ବର୍ଷାରେ ରାସ୍ତାରେ ଉପୁଡ଼ି ପଡ଼ିଛି ଏକାଧିକ ବିରାଟକାୟ ଗଛ।
ଫଳରେ ଖଲ୍ଲିକୋଟ- ଚିକିଲି ମୁଖ୍ୟ ରାସ୍ତାରେ ଠପ୍ ହୋଇଛି ଯାତାୟତ।
ସେପଟେ ବନ୍ୟା ପାଣିରେ ଭାସିଯାଇଛନ୍ତି କୃଷ୍ଣସାର ମୃଗ।
ଗଂଜାମ ବ୍ଲକର ବଡ଼ମାଧପୁର ଓ କାଇଁଚପୁର ଅଂଚଳରେ ରହୁଥିବା ଅନେକ କୃଷ୍ଣସାର ମୃଗ ଭାସି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।