FSSAI: ତାପମାତ୍ରା, ସ୍ବଚ୍ଛତା ବଜାୟ ରଖିବାକୁ ଏଫ୍‌ଏସ୍‌ଏସ୍‌ଏଆଇର ନି‌ର୍ଦ୍ଦେଶ: ପନିର, ମାଛ, ଖୁଆ ଯାଞ୍ଚ କଡ଼ାକଡ଼ି ହେବ

Oct 19, 2026 - 08:33
FSSAI: ତାପମାତ୍ରା, ସ୍ବଚ୍ଛତା ବଜାୟ ରଖିବାକୁ ଏଫ୍‌ଏସ୍‌ଏସ୍‌ଏଆଇର ନି‌ର୍ଦ୍ଦେଶ: ପନିର, ମାଛ, ଖୁଆ ଯାଞ୍ଚ କଡ଼ାକଡ଼ି ହେବ

"ନୂଆଦିଲ୍ଲୀ: ପନିର, ଖୁଆ, ମାଛ, ମାଂସ ଭଳି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଯେପରି ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଉପଯୁକ୍ତ ତାପମାତ୍ରାରେ ସାଇତି ରଖିବା ସହ ପ୍ରକ୍ରିୟାକରଣ ଓ ପରିବହନ କରାଯିବ ସେ ଦିଗରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) କଡ଼ା ଆଭିମୁଖ୍ୟ ପୋଷଣ କରିଛି।

ଏହାର ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି।

ପ୍ୟାକିଙ୍ଗଠାରୁ ଆରମ୍ଭ କରି ଉପଭୋକ୍ତାଙ୍କ ନିକଟରେ ଏସବୁ ସାମଗ୍ରୀ ପହଞ୍ଚିବା ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ନିୟମଗୁଡ଼ିକୁ ଠିକ୍‌ ଭାବେ ଅନୁପାଳନ  ପାଇଁ ପ୍ରାଧିକରଣ ନିର୍ଦ୍ଦେଶନାମା ଜାରି କରିଛି।

ରବିବାର ସୋସିଆଲ ମିଡିଆରେ ଏହି ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ଦିଆଯାଇଛି।

ତେବେ ଏସବୁ ଖାଦ୍ୟ ପାଇଁ ଉଦ୍ଦିଷ୍ଟ ନିୟମ ପାଳନ କରିବାରେ ବିଫଳ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପ‌‌ଷ୍ଟ କରାଯାଇଛି।

ଏଫଏସ୍‌ଏସ୍‌ଆଇ କହିଛି, ଖାଦ୍ୟ ସୁରକ୍ଷା ଏବଂ ମାନଦଣ୍ଡ (ଖାଦ୍ୟ ବ୍ୟବସାୟର ଲାଇସେନ୍ସିଂ ଏବଂ ପଞ୍ଜୀକରଣ) ନିୟମାବଳୀ, ୨୦୧୧ ଅନୁଯାୟୀ ଖାଦ୍ୟ ବ୍ୟବସାୟ ପରିଚାଳକମାନେ ସ୍ୱଚ୍ଛତା ଏବଂ ଖାଦ୍ୟର ସୁରକ୍ଷା ପାଇଁ ଧାର୍ଯ୍ୟ ମାନଦଣ୍ଡ ପାଳନ କରିବେ।

ପନିର, ଖୁଆ, ମାଂସ, ମାଛ ଭଳି ନଷ୍ଟଶୀଳ ଖାଦ୍ୟ ସାମଗ୍ରୀ ପରିବହନ ବେଳେ ଅନେକ ସମୟରେ ଉପଯୁକ୍ତ ତାପମାତ୍ରା ରକ୍ଷା କରାଯାଉ ନଥିବା ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।Advertisment ଇସ୍ପାତ ନଗରୀରେ ଆକର୍ଷଣୀୟ ପୂଜା, ତୋରଣ ଏଫ୍‌ଏସ୍‌ଏସ୍‌ଏଆଇ କହିଛି ଯେ ଖାଦ୍ୟ ବ୍ୟବସାୟଗୁଡ଼ିକ କ୍ରୟ କିମ୍ବା ସଂଗ୍ରହ ଉତ୍ସ ଠାରୁ ଆରମ୍ଭ କରି ଶେଷ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ ଯୋଗାଣ ଶୃଙ୍ଖଳାରେ ନିର୍ଦ୍ଧାରିତ ତାପମାତ୍ରା ବଜାୟ ରଖିବାକୁ ବାଧ୍ୟ।

ନଚେତ୍‌ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏସବୁ ଖାଦ୍ୟର ପ୍ରତିକୂଳ ପ୍ରଭାବ ପଡ଼ିପାରେ।

ନିବୁଜ ଏବଂ ସ୍ୱାସ୍ଥ୍ୟକର ଯାନ କିମ୍ବା ଖାଦ୍ୟ ପରିବହନ ପାଇଁ ଉପଯୁକ୍ତ ପରିବହନ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି।

ଏସବୁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ରଖିବାଠାରୁ ଆରମ୍ଭ କରି ଲୋଡିଂ, ଅନ୍‌ଲୋଡିଂ ଏବଂ ପରିବହନ ସମୟରେ ସେଗୁଡ଼ିକୁ ଧୂଳି, କୀଟପତଙ୍ଗ ତଥା ପ୍ରଦୂଷଣରୁ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ଏ ନେଇ ବ୍ୟବସାୟମାନେ ଆବଶ୍ୟକ ରେକର୍ଡ ରଖିବେ।

ରାଜ୍ୟସ୍ତରରେ ଥିବା ଖାଦ୍ୟ ସୁରକ୍ଷା କମିସନରଙ୍କଠାରୁ ଆରମ୍ଭ କରି ଭାରତୀୟ ରେଳବାଇ ଏବଂ ଏଫଏସ୍ଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି।

ଖାଦ୍ୟ ବ୍ୟବସାୟ ସହ ଜଡ଼ିତ ପକ୍ଷଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ କୁହାଯାଇଛି।

ସଂସ୍ଥାଗୁଡ଼ିକ ନିୟମ ଠିକ୍‌ରେ ପାଳନ ନକଲେ , କର୍ତ୍ତୃପକ୍ଷ ଖାଦ୍ୟ ସାମଗ୍ରୀ ଜବତ ଏବଂ ନଷ୍ଟ କରିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରାଧିକରଣ ଚେତାବନୀ ଦେଇଛି।

Weather: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ, ଚେନ୍ନାଇରେ ପ୍ରବଳ ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।