FSSAI takes Legal Action Over Baby Food Claims: ଏହି ପ୍ରସିଦ୍ଧ କମ୍ପାନୀକୁ FSSAI ନୋଟିସ୍, ୩ ଶିଶୁ ଖାଦ୍ୟ ଉତ୍ପାଦ ଉପରେ ଜଣାଇଲା ଆପତ୍ତି

Sep 18, 2026 - 18:43
FSSAI takes Legal Action Over Baby Food Claims: ଏହି ପ୍ରସିଦ୍ଧ କମ୍ପାନୀକୁ FSSAI ନୋଟିସ୍, ୩ ଶିଶୁ ଖାଦ୍ୟ ଉତ୍ପାଦ ଉପରେ ଜଣାଇଲା ଆପତ୍ତି

ଶିଶୁ ଖାଦ୍ୟ ଉତ୍ପାଦର ପ୍ରଚାର ଦାବି ଓ ପୋଷଣମାନକୁ ନେଇ ନେସ୍ଲେ ଇଣ୍ଡିଆ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ। ୩ଟି ଭିନ୍ନ ଉତ୍ପାଦକୁ ନେଇ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନୋଟି ଅଲଗା ମାମଲା ଆରମ୍ଭ ହୋଇଛି।

‘ନାନ୍ ଏକ୍ସେଲା ପ୍ରୋ ଷ୍ଟେଜ୍-୧’, ‘ଲାକ୍ଟୋଜେନ୍ ପ୍ରୋ-୧’ ଓ ଏକ ଫଲୋ-ଅପ୍ ଫର୍ମୁଲାକୁ ନେଇ ଏହି ପଦକ୍ଷେପ ନିଆଯାଇଛି। ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ପ୍ରଚାର ସାମଗ୍ରୀ ଯାଞ୍ଚ ସମୟରେ ଏଫ୍‌ଏସ୍‌ଏସ୍‌ଏଆଇ କିଛି ଦାବି ଉପରେ ଆପତ୍ତି ଉଠାଇଥିଲା।

‘ନାନ୍ ଏକ୍ସେଲା ପ୍ରୋ ଷ୍ଟେଜ୍-୧’ରେ ‘୫ ଏଚ୍‌ଏମ୍‌ଓ’ ଓ ‘ହ୍ୱେ ପ୍ରୋଟିନ୍’ ସମ୍ପର୍କିତ ଦାବି ନେଇ ସ୍ପଷ୍ଟୀକରଣ ମଗାଯାଇଥିଲା। ଏଫ୍‌ଏସ୍‌ଏସ୍‌ଏଆଇ ଅନୁସାରେ, ଶିଶୁ ଖାଦ୍ୟର ବିକ୍ରି ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଚାରମୂଳକ ଦାବି ଉପରେ ନିୟମରେ କଟକଣା ରହିଛି।

ସେହିପରି ‘ଲାକ୍ଟୋଜେନ୍ ପ୍ରୋ-୧’ରେ ଥିବା ‘ହ୍ୱେ ପ୍ରୋଟିନ୍ ସହଜରେ ହଜମ ହୁଏ’ ବୋଲି ଦାବିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତୃତୀୟ ମାମଲାରେ ଏକ ଫଲୋ-ଅପ୍ ଫର୍ମୁଲାର ନମୁନା ପରୀକ୍ଷାରେ ବାୟୋଟିନ୍‌ର ମାତ୍ରା ନିର୍ଦ୍ଧାରିତ ମାନକ ଅନୁସାରେ ନଥିବା ଜଣାପଡ଼ିଥିବା ଏଫ୍‌ଏସ୍‌ଏସ୍‌ଏଆଇ କହିଛି। ରେଫରାଲ୍ ଲାବରେଟୋରୀର ପୁନଃପରୀକ୍ଷଣରେ ମଧ୍ୟ ଏହି ଅନୁପାଳନ ନଥିବା ଦର୍ଶାଯାଇଛି।

ତେବେ ନେସ୍ଲେ ଇଣ୍ଡିଆ ଏହି ଅଭିଯୋଗ ଉପରେ ନିଜ ପକ୍ଷ ରଖିଛି। କମ୍ପାନୀ କହିଛି, ଏହାର ଉତ୍ପାଦ ଲାଗୁ ହେଉଥିବା ସମସ୍ତ ନିୟମ ଅନୁସାରେ ରହିଛି ଏବଂ ସମ୍ପୃକ୍ତ ଉତ୍ପାଦ ଓ ଲେବଲ୍‌କୁ ଏଫ୍‌ଏସ୍‌ଏସ୍‌ଏଆଇର ବିଶେଷଜ୍ଞ କମିଟି ଅନୁମୋଦନ କରିଥିଲା। ଲେବଲ୍‌ରେ ଥିବା ଦାବି ସମ୍ପର୍କରେ ବୈଜ୍ଞାନିକ ତଥ୍ୟ ସହ ବିସ୍ତୃତ ଉତ୍ତର ଅଧିକାରୀଙ୍କୁ ଦିଆଯାଇଥିବା କମ୍ପାନୀ ସ୍ପଷ୍ଟ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।