Fugitive Accused Arrested: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା; ୧୦ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

Oct 30, 2026 - 19:15
Fugitive Accused Arrested: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା; ୧୦ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ।

ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳରେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣାରେ ପୋଲିସ ଫେରାର ଅଭିଯୁକ୍ତକୁ ଗିରଫ କରିଛି ।

ଏ ନେଇ ପୋଲିସ ବାଗଡିଆ ଥାନାରେ ଏକ ମାମଲା ରୁଜୁ କରିଛି ।

ଗିରଫ ଯୁବକ ଜଣଙ୍କ ହେଲେ ରାହୁଲ ପୁଢ଼ ।

Advertisment ସୂଚନା ଅନୁଯାୟୀ, ଗତ ୨୦ ତାରିଖ ଦିନ ଘରେ କେହି ନଥିବା ସମୟର ସୁଯୋଗ ନେଇ ସେହି ଗାଁର ଜଣେ ଯୁବକ ହାତ ଗୋଡ଼ ବାନ୍ଧି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ବାଗଡିଆ ଥାନାରେ ଅଭିଯୋଗ ହୋଇଥିଲା।

ଏଥିସହିତ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୀଡିତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

ଏନେଇ ପୀଡ଼ିତାଙ୍କ ପରିବାର ଗତ ୨୨ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୋଲିସ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିଲେ।

୧୦ ଦିନ ପରେ ଅଭିଯୁକ୍ତ ରାହୁଲ ପୁଢ଼କୁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରୁ ଗିରଫ କରିଛି।

ଗିରଫ ପରେ ପୋଲିସ ଅଭିଯୁକ୍ତ ରାହୁଲକୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଘଟଣାର ଛାନଭିନ ଚଳାଇଛି।

Advertisment ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା ୧୦ଦିନ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ଅଭିଯୁକ୍ତକୁ ଆଣି ଅଧିକ ଛାନଭିନ କରୁଛି ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।