Gajapati Landslide: ବାତ୍ୟା ଅର୍ଣ୍ଣବର ପ୍ରଭାବ: ଗଜପତିରେ ଭୂସ୍ଖଳନ, ୩୦ ସ୍ଥାନରେ ରାସ୍ତା ଅବରୋଧ
ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ଭୂସ୍ଖଳନ।
ଗେଡିସିଂଠାରେ ଧସିଲା ମାଟି ଅତଡା।
କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ଭୁସ୍ଖଳ ଯୋଗୁଁ ଯାତାୟତ ସାମାନ୍ୟ ପ୍ରଭାବିତ ହୋଇଛି।
Advertisment ଅନ୍ୟପଟେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ନଦୀନାଳରେ ଜଳସ୍ତର ବୃଦ୍ଧି ପାଉଛି।
କଇଁପୁର-ବୁରଖତ-ମହେନ୍ଦ୍ରଗିରି ସଂଯୋଗୀ ରାସ୍ତାରେ ପ୍ରାୟ ୩ ଫୁଟ୍ ର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଜିଲ୍ଲାର ପ୍ରାୟ ୩୦ଟି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ କର୍ମଚାରୀମାନେ ଗଛ କାଟି ଯାତାୟତ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।