Gajapati's forests: ଗଜପତି ଜଙ୍ଗଲ ଉପରେ ଅନ୍ତଃରାଜ୍ୟ ତସ୍କରଙ୍କ ଆଖି! ଅଢ଼େଇ ବର୍ଷରେ ୧୩ ମାମଲା, ୩୮ ଗିରଫ

Oct 12, 2026 - 05:28
Gajapati's forests: ଗଜପତି ଜଙ୍ଗଲ ଉପରେ ଅନ୍ତଃରାଜ୍ୟ ତସ୍କରଙ୍କ ଆଖି! ଅଢ଼େଇ ବର୍ଷରେ ୧୩ ମାମଲା, ୩୮ ଗିରଫ

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଙ୍ଗଲ ଉପରେ ଏବେ ମାଫିଆ ଓ ଅନ୍ତଃରାଜ୍ୟ ତସ୍କରଙ୍କ ଦୃଷ୍ଟି ପଡ଼ିଛି।

ବନ୍ୟଜନ୍ତୁ ଶିକାର ଓ ଚାଲାଣ ରୢାକେଟ୍‌ ଏଠାରୁ ବିଭିନ୍ନ ରାଜ୍ୟକୁ ଲମ୍ବିଛି।

ଗତ ଦୁଇଦିନରେ ଦୁଇ କଲରାପତରିଆ ବାଘଛାଲ ଜବତ ସହ ୬ ଜଣ ଗିରଫ ହେବା ଏହାର ଜ୍ବଳନ୍ତ ଉଦାହରଣ।

ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ବିପଦରେ ପଡ଼ିଛି।

Advertisment Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪ରୁ ୨୦୨୬ ଅକ୍ଟୋବର ୯ ସୁଦ୍ଧା ପାରଳାଖେମୁଣ୍ଡି ବନଖଣ୍ଡରେ ବନ୍ୟଜନ୍ତୁ ଅପରାଧ ସମ୍ପର୍କିତ ୧୩ଟି ଓଆର୍‌ (ଆପରାଧିକ) ମାମଲା ରୁଜୁ ହୋଇଛି।

ଏଥିରେ ମୋଟ ୩୮ ଜଣ ଗିରଫ ହୋଇଥିବା ବେଳେ ବିଭିନ୍ନ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଏହାବାଦ୍ ୧୨ଟି ୟୁଡି (ଅସ୍ୱାଭାବିକ ମୃତ୍ୟୁ) ମାମଲା ମଧ୍ୟ ରେକର୍ଡ ହୋଇଛି।

ଯଦିଓ ଏହି ୟୁଡି ମାମଲାଗୁଡ଼ିକୁ ସିଧାସଳଖ ବନ୍ୟଜନ୍ତୁ ଶିକାର ମାମଲା ଭାବେ ଗଣାଯାଇପାରିବ ନାହିଁ, ତଥାପି ବନ୍ୟଜନ୍ତୁଙ୍କ ମୃତ୍ୟୁ ସମ୍ପର୍କିତ ଘଟଣାଗୁଡ଼ିକରେ ଉପଯୁକ୍ତ ତଦନ୍ତ ଓ ମୃତ୍ୟୁର କାରଣ ଖୋଜି ବାହାର କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ଏହାପୂର୍ବରୁ ୨୦୨୩ରୁ ୨୦୨୫ ମଧ୍ୟରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ସମ୍ପର୍କିତ ୯ଟି ମାମଲାରେ ୨୯ ଜଣ ଗିରଫ ହୋଇଥିଲେ।

ଚନ୍ଦ୍ରଗିରି ଓ ମହେନ୍ଦ୍ର ରେଞ୍ଜରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ରା.ଉଦୟଗିରି, ରାମଗିରି ଓ ଦେବଗିରି ରେଞ୍ଜରେ ଗୋଟିଏ ଲେଖାଏଁ ମାମଲା ରହିଥିଲା।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ତେବେ ଗତ ୮ ଓ ୯ ତାରିଖରେ ଦେବଗିରି ଓ ମୋହନା ବନାଞ୍ଚଳରେ ବନ ବିଭାଗର ପୃଥକ୍‌ ଚଢ଼ଉରେ ଦୁଇଟି କଲରାପତରିଆ ବାଘଛାଲ ଜବତ ହୋଇଥିବା ବେଳେ ୬ ଜଣ ଅଭିଯୁକ୍ତ ଗିରଫ ହେବା ବନ ବିଭାଗର ଚିନ୍ତା ବଢ଼ାଇଛି।

ଜବତ ବାଘଛାଲ କେଉଁ ଅଞ୍ଚଳରୁ ଆସିଥିଲା, କେଉଁଠାରେ ଶିକାର ହୋଇଥିଲା ଏବଂ ଏହି କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି।

ଅଭିଯୁକ୍ତମାନଙ୍କ ପାଖରୁ ଜବତ ମୋବାଇଲରୁ ମିଳୁଥିବା ତଥ୍ୟ ଏହି ବେଆଇନ କାରବାରର ଚେର ଖୋଜିବାରେ ସହାୟକ ହୋଇପାରେ।

ତେବେ ଅନ୍ତଃରାଜ୍ୟ ତସ୍କରଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ବର୍ତ୍ତମାନ ପରିସ୍ଥିତିରେ ଶିକାରୀଙ୍କଠାରୁ ଛାଲ କିଣୁଥିବା ବ୍ୟବସାୟୀ, ଚାଲାଣକାରୀଙ୍କ ନିକଟରେ ପହଞ୍ଚିବା ସହ ଏହି କାରବାରର ଆର୍ଥିକ ଶୃଙ୍ଖଳକୁ ଠାବ କରିବା ଜରୁରି ହୋଇପଡ଼ିଥିବା ପରିବେଶବିତ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।