Gandhi Jayanti: ଛତ୍ରପୁରରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
"ଛତ୍ରପୁର: ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ୧୫୭ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ପୁଲିସ ପ୍ୟାରେଡ ପଡ଼ିଆ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଗଞ୍ଜାମ ଏବଂ ପୌର ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।Advertisment ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁରରେ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଜି.
ପାପା ରାଓ, ଗଞ୍ଜାମ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନ୍, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ୍ ବି ସି, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆଇ.ପି.ଏସ୍.
ପ୍ରୋବାସନର ଏସ ସରଣ୍ଯା, ଜଣ ପ୍ରତିନିଧି ଓ ଅନ୍ୟାନ୍ୟ ଅତିଥିମାନେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ମୁଖ୍ଯ ଅତିଥି ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜଳ ସଂରକ୍ଷଣ, ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ଦିଗରେ ଗାନ୍ଧିଜୀ ଗୁରୁତ୍ବ ଦେଉଥିଲେ।
ଗାଁକୁ ଗାଁ, ସହରକୁ ସହର ଯୋଡି ବିକଶିତ ରାଜ୍ୟ ବିକଶିତ ଭାରତ ସ୍ବପ୍ନ ସେ ଦେଖିଥିଲେ।
ସେହି ସ୍ବପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ।
ଜିଲ୍ଲାପାଳ ଶ୍ରୀ ଓ୍ବାସନ୍ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଯୋଗୁଁ ଆମେ ଆଜି ସ୍ବାଧୀନ ଭାରତରେ ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରୁଛେ।
ନିଜର ଦାୟିତ୍ବ ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କଲେ ଦେଶ ଉନ୍ନତି ପଥରେ ଆଗେଇ ଚାଲିବ।
ସ୍ୱଚ୍ଛ ଓ ସମୃଦ୍ଧ ଗଞ୍ଜାମ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସମ୍ମାନିତ ଅତିଥିମାନେ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କହିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ସ୍ବାଗତ ଭାଷଣ ଓ ଛତ୍ରପୁର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା।
ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ଓ ଭଜନ ପରିବେଷଣ କରାଯାଇଥିଲା।
ସର୍ବଧର୍ମ ପ୍ରାର୍ଥନାରେ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜାକ ପବିତ୍ର କୋରାନ୍ ଓ ରେଭେଣ୍ଡର ସନ୍ତୋଷ ନାୟକଙ୍କ ଦ୍ବାରା ପବିତ୍ର ବାଇବେଲ ପାଠ କରାଯାଇଥିଲା।
କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ, ସମାଜ ସେବୀ, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ହାତରେ ଝାଡ଼ୁ ଧରି ସଫେଇ କଲେ ଜିଲ୍ଲାପାଳ ହାତରେ ଝାଡ଼ୁ ଧରି ସଫେଇ କଲେ ଜିଲ୍ଲାପାଳ, ଏସ୍ପି, ଏଡିଏମ୍ ଓ ଉପାଧ୍ୟକ୍ଷ, ଇଓ ଏବଂ କାଉନସିଲର।
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଛତ୍ରପୁର ପୌରପରିଷଦର ଶିଶୁ ଉଦ୍ୟାନରେ "ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ" ଅଭିଯାନ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ, ଏସ୍ପି ହରିଶ ବି.ସି., ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଆଇଏଏସ୍ ପ୍ରୋବେସନର ଏସ୍.
ସରଣ୍ୟା ଓ ପୌରପରିଷଦ ଉପାଧ୍ୟକ୍ଷ ଜି.
ପାପା ରାଓ ହାତରେ ଝାଡ଼ୁ ଧରି ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ।ସେମାନଙ୍କ ସହ ସମସ୍ତ କାଉନସିଲର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ସମେତ ଜନପ୍ରତିନିଧି, ବୁଦ୍ଧିଜୀବୀ, ସାମ୍ବାଦିକ, ସ୍ୱେଚ୍ଛାସେବୀ ଓ ପୌର କର୍ମଚାରୀମାନେ ଶିଶୁ ଉଦ୍ୟାନ ସଫେଇ କରିଥିଲେ।
Earth Again Conference 2026: ନେପାଳ ବନ୍ୟା ମାନବ ସମାଜ ଦ୍ୱାରା ହୋଇଥିବା ଏକ ସାଂଘାତିକ ତ୍ରୁଟିର ପ୍ରଭାବ: ବିରାଟ ଅନୁପମ୍ ଏହି ଅବସରରେ ଜିଲ୍ଲାପାଳ ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବା ସହ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରିଥିଲେ।
ଏଥିସହ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ନେଇ ସଚେତନତା ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।