Earth Again Conference 2026: ପରିବେଶ ସନ୍ତୋଷଜନକ ଉତ୍କଳ ବିଶ୍ବବିଦ୍ୟାଳୟ ମୁଁ ଦେଖିବାକୁ ଚାହୁଁଛି: ରାଜ୍ୟପାଳ
"ଭୁବନେଶ୍ବର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ମୁଁ ସୁପାରିସ କରୁଛି, ସେମାନେ ନିଜ କ୍ୟାମ୍ପସକୁ ଗ୍ରୀନ ସର୍ଟିଫାଏଡ କରାନ୍ତୁ।
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମୋର ପରବର୍ତ୍ତୀ ପରିଦର୍ଶନ ସମୟରେ ମୁଁ ଏହା ଦେଖିବାକୁ ଚାହୁଁଛି।
ପୁନଶ୍ଚ ପୃଥିବୀର ତୃତୀୟ ସଂସ୍କରଣରେ ଆୟାଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଶୁକ୍ରବାର ଏହା କହିଛନ୍ତି।
Advertisment ବର୍ଷା ଜଳ ସଂରକ୍ଷଣ ଏକ ମହତ୍ କାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ସମାରୋହରେ ସେ କହିଛନ୍ତି, ବର୍ଷା ଜଳ ସଂରକ୍ଷଣ ମଧ୍ୟ ଏକ ମହତ୍ କାର୍ଯ୍ୟ।
ଆମ ପାଖରେ ଦକ୍ଷତା ଅଛି।
ଏହି ଛୋଟ ଛୋଟ ପଦକ୍ଷେପ ନେଇ ପାରିବା।
ସବୁ ବିଶ୍ବବିଦ୍ୟାଳୟକୁ ଆହ୍ବାନ ଦିଆଯାଇଛି।
ଗ୍ରୀନ ସାର୍ଟିଫିକେଟ ପାଇବା ପାଇଁ।
ଆଉଥରେ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟ ଆସିଲେ ଏହି ସାର୍ଟିଫିକେଟ ଦେଖିବାକୁ ଚାହୁଁଛି।
ରାଜ୍ୟପାଳ କହିଛନ୍ତି, ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଅଶୋଧିତ ତୈଳ ଆମଦାନୀକୁ କମାଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିପାରିବ।
ଆମ ଜୀବନଶୈଳୀର ଛୋଟ ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିପାରିବ।
ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍।
ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍।
Earth Again Conference 2026: ସାମୂହିକ ସହ ବ୍ୟକ୍ତିଗତ ଉଦ୍ୟମ ରହିଲେ ସଫଳ ହୋଇ ପାରିବା: ସୌମ୍ୟ ରଂଜନ ସେ କହିଛନ୍ତି, ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି।
ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍।
ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।