Gangua Basti: ପାଣିଘେରରେ ପଳାଶୁଣୀ ଗଙ୍ଗୁଆ ବସ୍ତି: ଘରେ ଅଣ୍ଟାଏ ଉଚ୍ଚ ପାଣି, ବୁଡ଼ିଗଲା ଆସବାବ
"ଭୁବନେଶ୍ବର: ଆବର୍ଜନା ଓ ଜବରଦଖଲ କାରଣରୁ ଦୟା ୱେଷ୍ଟ କେନାଲ୍ ଓ ଗଙ୍ଗୁଆର ଜଳ ନିଷ୍କାସିତ ହୋଇପାରୁନି।
ଏଣୁ ଭୁବନେଶ୍ବର ସହରର ତଳିଆ ଅଞ୍ଚଳ ସବୁ ବୁଡ଼ିବାରେ ଲାଗିଛି।
ଗତକାଲି ଦୟା ୱେଷ୍ଟ କେନାଲ୍ ଦୁଇପାର୍ଶ୍ବ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା।
ଆଜି ଗଙ୍ଗୁଆର ଜଳ ପଳାଶୁଣୀ ଓ ଆଖପାଖ ଅଞ୍ଚଳକୁ ବୁଡ଼ାଇଛି।
ପଳାଶୁଣୀ ଗଙ୍ଗୁଆ ବସ୍ତି ଆଜି ଗଙ୍ଗୁଆର ପଛୁଆ ପାଣିରେ ଉବୁଟୁବୁ ହୋଇଛି।
ସବୁ ଘର ବୁଡ଼ିଯାଇଛି ଓ ଘରେ ଅଣ୍ଟାଏ ଉଚ୍ଚରେ ପାଣି ଲହଡ଼ି ମାରୁଛି।
ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ବିପ୍ଳବ ବେହେରା ପ୍ରମୁଖ ଏହି ଅଞ୍ଚଳ ପରିଦର୍ଶନ କରିବା ସହ ଅଗ୍ନିଶମ ବିଭାଗ ସହଯୋଗରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।
ଗଙ୍ଗୁଆର ବନ୍ୟା ପାଣି ଦ୍ବାରା ପ୍ରଭାବିତ ୬୦ରୁ ଅଧିକ ବିପନ୍ନଙ୍କୁ ପାଣ୍ଡରା ୟୁଜିୟୁପି ବିଦ୍ୟାଳୟରେ ରଖାଯାଇଛି।Advertisment Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଘରେ ଅଣ୍ଟାଏ ଉଚ୍ଚ ପାଣି, ବୁଡ଼ିଗଲା ଆସବାବ୬୦ ଲୋକଙ୍କୁ ପାଣ୍ଡରା ବିଦ୍ୟାଳୟକୁ ସ୍ଥାନାନ୍ତର ମହିଳା, ପୁରୁଷଙ୍କ ସହ ବହୁ ଶିଶୁ ଏଠାରେ ଆଶ୍ରୟ ନେଇଛନ୍ତି।
ରନ୍ଧାଖାଦ୍ୟ, ପାଣି ଆଦିର ବ୍ୟବସ୍ଥା କରାଯାଇଛି।
କର୍ପୋରେଟର ଶ୍ରୀ ବେହେରା କହିଛନ୍ତି, ଗତକାଲି ପଳାଶୁଣୀ ଗଙ୍ଗୁଆ ବସ୍ତିରେ ଅଳ୍ପ କିଛି ପାଣି ପଶିଥିଲା।
କିନ୍ତୁ ଆଜି ସକାଳୁ ଘରେ ଅଣ୍ଟେ ଉଚ୍ଚରେ ପାଣି ଚାଲିଥିଲା।
ଶୋଇବା ଖଟ, ଗଦି, ଚାଉଳ ଓ ଅନ୍ୟାନ୍ୟ ଆସବାବ, ଖାଦ୍ୟ ସାମଗ୍ରୀ ସବୁ ପାଣିରେ ବୁଡ଼ିଯାଇଥିଲା।
ସମସ୍ତଙ୍କ ବିପନ୍ନଙ୍କୁ ସୁରକ୍ଷିତ ବୋଟ୍ରେ ଉଦ୍ଧାର କରାଯାଇଛି।
ଖବର ପାଇ ଆଜି ସକାଳେ ମେୟର ଶ୍ରୀମତୀ ଦାସ ସଂପୃକ୍ତ ଅଞ୍ଚଳ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମେୟର ଶ୍ରୀମତୀ ଦାସ ଏହି ବନ୍ୟା ବିପନ୍ନଙ୍କ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଏମ୍ସି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଗ୍ନିଶମ ବାହିନୀ ଏହି ବନ୍ୟା ବିପନ୍ନଙ୍କୁ ଉଦ୍ଧାରରେ ସହଯୋଗ କରିଥିବାରୁ ଶ୍ରୀ ବେହେରା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
Flood in Bhadrak: ଲୋକଙ୍କ ପାଖରେ ଠିକ୍ ଭାବରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।