Ganja Hidden In 32 Fish Boxes: ମାଛ ପେଟିରେ ଗଞ୍ଜେଇ ଚାଲାଣ, କୋରିୟରରେ ଜଜଙ୍କ ଠିକଣାକୁ ହେଉଥିଲା ପାର୍ସଲ
ମାଛ ପେଟିରେ ଗଞ୍ଜେଇ ଚାଲାଣ। କୋରିୟରରେ ଜଜଙ୍କ ଠିକଣାକୁ ହେଉଥିଲା ପାର୍ସଲ। କଳାହାଣ୍ଡି ଭବାନୀପାଟଣାର କୋରିଅର୍ ଅଫିସରୁ ୪୦୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ୩୨ ମାଛ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶକୁ ପଠାଯାଉଥିବା ଅଭିଯୋଗ ହୋଇଛି।
ଯେଉଁ ଠିକଣାକୁ ଏହି ପାର୍ସଲ୍ ପଠାଯାଉଥିଲା, ସେଠାରେ ଉତ୍ତରପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଠିକଣା ରହିଥିବା ଜଣାପଡ଼ିଛି। ତେବେ ପାର୍ସଲରେ ଜଜଙ୍କ ନାମ ନଥିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ ନାହିଁ।
କୋରିୟର ମାଧ୍ୟମରେ ଏତେ ପରିମାଣର ଗଞ୍ଜେଇ ଚାଲାଣ ପଛରେ କିଏ ରହିଛି? କାହିଁକି ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା? ଏସବୁ ଦିଗରେ ତଦନ୍ତ ଜାରି ରହିଛି।
- ମାଛ ପେଟିରେ ଗଞ୍ଜେଇ ଚାଲାଣ
- କୋରିୟରରେ ଜଜଙ୍କ ଠିକଣାକୁ ହେଉଥିଲା ପାର୍ସଲ
- ଭବାନୀପାଟଣା କୋରିଅର୍ ଅଫିସରୁ ୪୦୦ କେଜି ଗଞ୍ଜେଇ ଜବତ
- ୩୨ ମାଛ ପେଟିରେ ଗଞ୍ଜେଇ ଗଞ୍ଜେଇ ଚାଲାଣ
- ଉତ୍ତରପ୍ରଦେଶର ବୁଲନ୍ଦସହରକୁ ହୋଇଥାନ୍ତା ଡେଲିଭରୀ
- ଗଞ୍ଜେଇ ଚାଲାଣ ପଛରେ କିଏ?
- ଅଧିକ ତଦନ୍ତ ଜାରି ରଖିଛି ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।