Ganja: ବସ୍ତା ବସ୍ତା ଗଞ୍ଜେଇ ସହ ପୁଳା ପୁଳା ଟଙ୍କା ଜବତ

Sep 04, 2026 - 15:26
Ganja: ବସ୍ତା ବସ୍ତା ଗଞ୍ଜେଇ ସହ ପୁଳା ପୁଳା ଟଙ୍କା ଜବତ

"ପୁରୀ: ପୁରୀରେ ବିପୁଳ ପରିମାଣର ଗଞ୍ଜେଇ ସହ ପୁଳା ପୁଳା ଟଙ୍କା ଜବତ ହୋଇଛି | ପୁରୀର ଗୋପାଳପୁରରେ ଚଢ଼ାଉ ବେଳେ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇଥିବାବେଳେ ଧୀରେ ଧୀରେ ଗୁମର ଖୋଲିବାରେ ଲାଗିଛି | ବେଆଇନ ଭାବରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୁଲିସ୍ ।

ଏହି ଦୁଇ ଅଭିଯୁକ୍ତ ନିଜ ଘର ସହ ଭଡା ଘରେ ଟଙ୍କା ସହ ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କରି ରଖିଥିବା ସୂଚନା ମିଳିଛି |Advertisment ଆହୁରି ପଢନ୍ତୁ: Sonia Gandhi: ସୋନିଆ ଗାନ୍ଧୀଙ୍କ ମେମୋଏର୍‌ ଛାପିବ ହାର୍ପରକଲିନ୍ସ ପ୍ରଥମ ପର୍ଯ୍ୟାୟରେ ପୁରୀ ପେଣ୍ଠକଟା ମେରାଇନ ଥାନା ପୁଲିସ୍ ଗୋପାଳପୁରରେ ଚଢ଼ାଉବେଳେ କ୍ଵିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଦୁଇ ମାଫିଆଙ୍କୁ ଧରିଥିଲା | ୫୬ ବର୍ଷୀୟ ପୁରୀ ଟିକରପଡାର କାର୍ତ୍ତିକ ସାମନ୍ତରାୟ ଓ ପୁରୀ ସିଦ୍ଧମହାବୀରର ୫୫ ବର୍ଷୀୟ ଦେବେନ୍ଦ୍ର କୁମାର ସାହୁ ପୁଲିସ ଆଗରେ ବେଆଇନ୍ ଗଞ୍ଜେଇ ରଖିଥିବା କଥା ସ୍ୱୀକାର କରିଥିଲେ ।

ଏବେ ସେମାନଙ୍କଠାରୁ ସୂଚନା ପାଇବା ପରେ ଏକାଧିକ ଟିମ୍ କରି ଏକାଧିକ ଜାଗାରେ ପୁଲିସ ଚଢ଼ାଉ ଜାରି ରଖିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।