Ganjam Rainfall: ଗଞ୍ଜାମରେ ବାତ୍ୟାର ପ୍ରଭାବ, ବର୍ଷାରେ ଭିଜୁଛି ଧାନ ଫସଲ

Oct 28, 2026 - 14:00
Ganjam Rainfall: ଗଞ୍ଜାମରେ ବାତ୍ୟାର ପ୍ରଭାବ, ବର୍ଷାରେ ଭିଜୁଛି ଧାନ ଫସଲ

ବାତ୍ୟା ପ୍ରଭାବରେ ଲାଗି ରହିଛି ପବନ ସହ ଝିପି ଝିପି ବର୍ଷା।

ସେଥି ମଧ୍ୟରେ ଚାଷ ଜମିରେ ଧାନ ଫସଲ ମାଟିରେ ଶୋଇ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି l ବିଶେଷକରି କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ପୋଲସରା, ବୁଗୁଡ଼ା ଅଞ୍ଚଳରେ ଗତ ରାତି ଠାରୁ ଝିପି ଝପି ବର୍ଷା ଲାଗି ରହିଥିବା ବେଳେ ଭୋରରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି l Advertisment ଏହାସହ ପବନର ବେଗ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି l ବର୍ଷା ଯୋଗୁଁ ଚାଷ ଜମି ଗୁଡିକରେ ପାଣି ଜମି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି l ଆଗକୁ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇଲେ ବିଶେଷକରି ଧାନ ଫସଲ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।