Husband Arrested After Wife Found Dead: ରୋଜଗାର ପାଇଁ ୭ ଦିନ ତଳେ ଆସିଥିଲେ ସହରକୁ, ସନ୍ଦେହରୁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ଭଲ ରୋଜଗାର କରି ପରିବାର ଚଳାଇବାର ସ୍ୱପ୍ନ ନେଇ ସହରକୁ ଆସିଥିଲେ ଦମ୍ପତି।
ହେଲେ ମାତ୍ର ୭ ଦିନ ଭିତରେ ଉଜୁଡ଼ିଗଲା ସଂସାର।
ସ୍ତ୍ରୀଙ୍କ ଚରିତ୍ରକୁ ନେଇ ସନ୍ଦେହ କଲା ସ୍ୱାମୀ।
ଆଉ ଏହି ସନ୍ଦେହରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ।
ଗୁଜରାଟର ଭରୁଚ ଜିଲ୍ଲା ଅଙ୍କଲେଶ୍ୱରରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା।
Advertisment ପୁଲିସର ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନାଁ ଟେକବାହାଦୁର ଭୀମ ବାହାଦୁର ଚନ୍ଦ।
ସେ ଅଙ୍କଲେଶ୍ୱରର GIDC ଅଞ୍ଚଳରେ ୱାଚମ୍ୟାନ୍ ଭାବେ କାମ କରୁଥିଲେ।
ତାଙ୍କ ସହ ସ୍ତ୍ରୀ ଲକ୍ଷ୍ମୀଚନ୍ଦ ମଧ୍ୟ ରହୁଥିଲେ।
ଉଭୟେ ରୋଜଗାର ଆଶାରେ ନେପାଳରୁ ଏଠାକୁ ଆସିଥିବା ଜଣାପଡ଼ିଛି।
ସିକ୍ୟୁରିଟି ରୁମ୍ରେ ଭୟଙ୍କର କାଣ୍ଡ ଏହି ଘଟଣା ଅଙ୍କଲେଶ୍ୱରର ଗୋଲଡେନ୍ ପଏଣ୍ଟ ଛକ ନିକଟ କାହ୍ନା ରେସିଡେନ୍ସିର ସିକ୍ୟୁରିଟି ରୁମ୍ରେ ଘଟିଥିବା ପୁଲିସ କହିଛି।
ପ୍ରାଥମିକ ତଦନ୍ତ ଅନୁସାରେ, ସ୍ତ୍ରୀଙ୍କର ଅନ୍ୟ କାହା ସହ ସମ୍ପର୍କ ଥିବା ସନ୍ଦେହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।
Advertisment ଅଭିଯୋଗ ଅନୁସାରେ, ବିବାଦ ବଢ଼ିବା ପରେ ଟେକବାହାଦୁର ଏକ ଓଜନିଆ ବସ୍ତୁରେ ସ୍ତ୍ରୀଙ୍କ ମୁଣ୍ଡକୁ ଆଘାତ କରିଥିଲା।
ଏଥିରେ ଗୁରୁତର ଆହତ ହୋଇ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ GIDC ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା।
ପରେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ପୁଲିସ ଅପରାଧର ସିନ୍ ରିକ୍ରିଏସନ ମଧ୍ୟ କରିଥିଲା।
ହତ୍ୟାରେ ବ୍ୟବହୃତ ବସ୍ତୁ ସମେତ ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଜାରି ରହିଛି।
ତେବେ ନୂଆ ସହରରେ ନୂଆ ଜୀବନ ଆରମ୍ଭ କରିବାକୁ ଆସିଥିବା ଏହି ଦମ୍ପତିଙ୍କ ସଂସାର ଏଭଳି ଦୁଃଖଦ ଭାବେ ଶେଷ ହେବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।