Ganjam: ଗଞ୍ଜାମରେ ବନ୍ୟା ସ୍ଥିତି: ଏୟାରଡ୍ରପ୍ ପାଇଁ ପ୍ରସ୍ତୁତି, ୪୫ ଓଡ୍ରାଫ୍ ଓ ୫୦ରୁ ଅଧିକ ଅଗ୍ନିଶମ ଟିମ୍ ମୁତୟନ
ଛତ୍ରପୁର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି।
ଭଞ୍ଜନଗରଠାରୁ ଛତ୍ରପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ କେତେକ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ଲୋକେ ଜଳବନ୍ଦୀ ହୋଇଥିଲେ।
ଏବେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଉଛି।
Advertisment ଆହୁରି ପଢନ୍ତୁ : Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍ରେ ଦ୍ବିଶତକ ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି।
ରାସ୍ତାଘାଟରେ ଜମିଥିବା ବନ୍ୟାଜଳ ଯୋଗୁଁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ଶୀଘ୍ର ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଉଛି।
ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଛି।
ଗତକାଲିଠାରୁ ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉଛି।
ଅଧିକ ଜଳସ୍ରୋତ ଯୋଗୁଁ ଯେଉଁ ସ୍ଥାନକୁ ବୋଟ୍ ପହଞ୍ଚିବା ସମ୍ଭବ ହେଉନାହିଁ, ସେଠାରେ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଏୟାରଡ୍ରପ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ଆହୁରି ପଢନ୍ତୁ : High Court Judges: ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟରେ ବିଚାରପତି ପାଇଁ ୯ ଆଇନଜୀବୀ ନାମ ସୁପାରିସ ଗତକାଲି ପରୀକ୍ଷାମୂଳକ ଭାବେ ଆକାଶମାର୍ଗରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
ଆଜି ଏହି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ।
ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି।
ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୫ଟି ଓଡ୍ରାଫ୍ ଟିମ୍ ଏବଂ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି।
ଟିମ୍ଗୁଡ଼ିକ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସ୍ଥାନରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି।
ଆହୁରି ପଢନ୍ତୁ : Stroke: ଅଧିକ ମୋବାଇଲ୍ ଓ ଲାପଟପ୍ ବ୍ୟବହାରରୁ ହୋଇପାରେ ଷ୍ଟ୍ରୋକ୍!
ଏପଟେ ଋଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି।
ଗତକାଲି ପୁରୁଷୋତ୍ତମପୁରଠାରେ ନଦୀର ଜଳସ୍ତର ୧୯.୨ ମିଟର ଥିବା ବେଳେ ବର୍ତ୍ତମାନ ଏହା ୧୮.୯ ମିଟରକୁ ଖସିଛି।
ଆଗକୁ ବର୍ଷାର ପରିମାଣ ହ୍ରାସ ପାଇଲେ ଆଜି ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତିରେ ଆହୁରି ସୁଧାର ଆସିବା ନେଇ ଆଶା କରାଯାଉଛି।
ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକେ ପ୍ରଶାସନର ପରାମର୍ଶକୁ ଗୁରୁତ୍ୱ ଦେଇ ଆଗୁଆ ସୁରକ୍ଷିତ ସ୍ଥାନ କିମ୍ବା ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ପାଣି ଗାଁ ଭିତରକୁ ପ୍ରବେଶ କରିବା ପରେ ସ୍ଥାନାନ୍ତରଣ କାର୍ଯ୍ୟ ଅଧିକ କଷ୍ଟକର ହେଉଥିବାରୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଆହୁରି ପଢନ୍ତୁ : Kangana-Madhavan pair: ପୁଣି କଙ୍ଗନା-ମାଧବନ ଯୋଡ଼ି!
ଅନ୍ୟପକ୍ଷରେ ବନ୍ୟାଜଳ ଚାଷଜମିରେ ପଶିବା ଯୋଗୁଁ ବହୁ ଫସଲ ନଷ୍ଟ ହୋଇଥିବା ଆଶଙ୍କା ରହିଛି।
ଜଳ ନିଷ୍କାସନ ପରେ କ୍ଷୟକ୍ଷତିର ଆକଳନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଚାଷଜମି ରେ ବାଲି ଓ ପଙ୍କ ଜମିବା ସହ ବିଭିନ୍ନ ରାସ୍ତାଘାଟ ଓ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଆସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରାଯିବ।
ଏହାପରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଦଳ ଗଞ୍ଜାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।