Elephant: ସୋଲାର ଫେନ୍ସିଂ ତାରରେ ଛନ୍ଦି ହୋଇ ହାତୀର ମୃତ୍ୟୁ ସନ୍ଦେହ

Oct 30, 2026 - 11:44
Elephant: ସୋଲାର ଫେନ୍ସିଂ ତାରରେ ଛନ୍ଦି ହୋଇ ହାତୀର ମୃତ୍ୟୁ ସନ୍ଦେହ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଛାମୁଣ୍ଡା ସେକ୍ସନର ଛାମୁଣ୍ଡା ବିଟ୍‌ ଅଧୀନ ଏକ ଜମିରୁ ଶୁକ୍ରବାର ଏକ ଅଣ୍ଡିରା ହାତୀର ମୃତଦେହ ଠାବ ହୋଇଛି।

ମୃତ ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।

ହାତୀର ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

Advertisment ଆହୁରି ପଢନ୍ତୁ : Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ ଘଟଣା ସମ୍ପର୍କରେ ସୂଚନା ପାଇ ପଡ଼ିଆବାହାଲ ରେଞ୍ଜର ସୁନୀଲ ଖିଲାରୀ ବନ ବିଭାଗର କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମୃତ ହାତୀର ଶରୀରରେ ସୋଲାର ଫେନ୍ସିଂ ତାର ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଛି।

ଏଥିରୁ ସୋଲାର ଫେନ୍ସିଂ ତାରରେ ବିଦ୍ୟୁତ୍‌ ଆଘାତ ଲାଗି ହାତୀଟିର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯିବାକୁ ସ୍ଥିର ହୋଇଛି।

ତେବେ ହାତୀଟିର ମୃତ୍ୟୁ ପଛରେ ପ୍ରକୃତ କାରଣ କ'ଣ ରହିଛି, ତାହା ବ୍ୟବଚ୍ଛେଦ ରିପୋର୍ଟ ଏବଂ ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।