Gas prices: ଗ୍ୟାସ୍ ଦରବୃଦ୍ଧିର ପ୍ରଭାବ: ବଢ଼ିଲା ଶବଦାହ ଖର୍ଚ୍ଚ, ଧର୍ମବିହାର ଓ ଆଇଗିଣିଆରେ ୩୦୦୦
"ଭୁବନେଶ୍ବର: ବିଏମ୍ସି ସବୁ ଶ୍ମଶାନର ଶବଦାହ ଖର୍ଚ୍ଚ ବଢ଼ାଇଛି।
ପୂର୍ବରୁ ନିଜସ୍ବ ପରିଚାଳିତ ଶ୍ମଶାନରେ ଗ୍ୟାସ୍ଚୁଲାରେ ଶବଦାହ କଲେ, ୨ହଜାର ଟଙ୍କା ନେଉଥିଲା।
କିନ୍ତୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଗ୍ୟାସ ସଂକଟ ଓ ଦରବୃଦ୍ଧି କାରଣରୁ ଗ୍ୟାସ୍ଚୁଲାରେ ଶବଦାହ ବନ୍ଦ ରଖିଥିଲା।
ଏବେ ପୁଣିଥରେ ଗ୍ୟାସ୍ଚୁଲାରେ ଶବଦାହ ବ୍ୟବସ୍ଥା ଆରମ୍ଭ କରାଯାଇଛି, କିନ୍ତୁ ଦର ବୃଦ୍ଧି ହୋଇଛି।
ମୃତଦେହ ପିଛା ୧୦୦୦ରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ବର୍ଦ୍ଧିତ ଦର ଭାବେ ଶବ ପିଛା ଦାହ ଖର୍ଚ୍ଚ ୩ହଜାରରୁ ୪ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ନେଇଛି।Advertisment ବିଏମ୍ସି ଅଧୀନ ସତ୍ୟନଗର, ଜଳିମୁଣ୍ଡା, ଧର୍ମବିହାର ଓ ଆଇଗିଣିଆ ଶ୍ମଶାନରେ କାଠ ଓ ଗ୍ୟାସ୍ଚୁଲା ଉଭୟରେ ଶବଦାହ ବ୍ୟବସ୍ଥା ରହିଛି।
ସବୁ ଶ୍ମଶାନକୁ ଗେଲ୍ ପକ୍ଷରୁ ପିଏନ୍ଜି(ପାଇପ୍ଡ ନାଚୁରାଲ ଗ୍ୟାସ୍) ସଂଯୋଗ ଦିଆଯାଇଛି।
ଚଳିତବର୍ଷ ସତ୍ୟନଗର ଶ୍ମଶାନରେ ଗ୍ୟାସ୍ଚୁଲାରେ ଶବଦାହ ବ୍ୟବସ୍ଥା ଆରମ୍ଭ ହୋଇଥିଲା।
କିନ୍ତୁ ଏହି ବ୍ୟବସ୍ଥା ଆରମ୍ଭ ହେବାର କିଛି ମାସ ଭିତରେ ବିବାଦ ଦେଖା ଦେଇଥିଲା।
ଜନୈକ ବରିଷ୍ଠ ସାମ୍ବାଦିକଙ୍କ ଶବଦାହ ପାଇଁ ମନା କରାଯିବାରୁ ବିବାଦ ମୁଣ୍ଡ ଟେକିଥିଲା।
ଶେଷରେ ସତ୍ୟନଗର ଶ୍ମଶାନ ସହ ଅନ୍ୟ ଶ୍ମଶାନରେ ଗ୍ୟାସ୍ଚୁଲାରେ ଶବଦାହ ସ୍ଥଗିତ ରଖାଯାଇଥିଲା।
ଗ୍ୟାସ ସଂକଟ ଓ ଏଲ୍ପିଜି ସିଲିଣ୍ଡର ଦରବୃଦ୍ଧି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମହାନଗର ନିଗମ କର୍ତ୍ତୃପକ୍ଷ କହିଥିଲେ।
ଏବେ ପୁନଃ ଗ୍ୟାସ୍ଚୁଲା ଆରମ୍ଭ କରିବା ସହ ସବୁ ଶ୍ମଶାନରେ ଉଭୟ କାଠ ଓ ଗ୍ୟାସ ଚୁଲା ଶବଦାହ ଖର୍ଚ୍ଚ ବଢ଼ାଇଛି।
ଧର୍ମବିହାର ଓ ଆଇଗିଣିଆରେ ୩୦୦୦ସତ୍ୟନଗର ଓ ଜଳିମୁଣ୍ଡାରେ ୪,୫୦୦କାଠରେ ଜାଳିଲେ ୩ହଜାର ସତ୍ୟନଗର ଶ୍ମଶାନରେ ଶବଦାହ ପିଛା ୪ହଜାର ୫ଶହ ଟଙ୍କା ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଛି।
ସେହିପରି ଜଳିମୁଣ୍ଡା ଶ୍ମଶାନରେ ଶବଦାହ ପାଇଁ ୪ହଜାର ୫ଶହ ଟଙ୍କା ଧାର୍ଯ୍ୟ କରାଯାଇଛି।
ଧର୍ମବିହାର ଓ ଆଇଗିଣିଆ ଶ୍ମଶାନରେ ଗ୍ୟାସ୍ଚୁଲାରେ ଶବଦାହ ଖର୍ଚ୍ଚ ୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।
ଅପରପକ୍ଷେ, ଏହି ୪ ଶ୍ମଶାନ ସହ ବିଏମ୍ସି ଅଧୀନ ଅନ୍ୟ ଯେଉଁ ଶ୍ମଶାନରେ କାଠରେ ଶବଦାହ କରାଯାଉଛି, ସେଠି ଶବଦାହ ପିଛା ୩ହଜାର ଟଙ୍କା ନେବାକୁ ନିଷ୍ପତ୍ତି ନିଆଯାଇଛି।
ଏଥିରେ ୫ଶହ ଟଙ୍କା ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିଛି।
ବର୍ଦ୍ଧିତ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଜମା ପାଇଁ ନିର୍ଦ୍ଦିଷ୍ଟ ଏକ ବ୍ୟାଙ୍କ ଜମା ଖାତା ରହିବ ବୋଲି ମହାନଗର ନିଗମ କର୍ତ୍ତୃପକ୍ଷ କହିଛନ୍ତି।
ଯେଉଁମାନେ ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀ, ସେମାନଙ୍କଠାରୁ ଏହି ଖର୍ଚ୍ଚ ରଖାଯିବନି।
ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ୪ହଜାର ଟଙ୍କାର ସହାୟତା ରାଶିରୁ ଏହା ଭରଣା କରାଯିବ।
ହରିଶ୍ଚନ୍ଦ୍ର ଯୋଜନାର ବଳକା ଅର୍ଥ ମୃତକଙ୍କ ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ଜମା କରିବା ବ୍ୟବସ୍ଥା କରାଯାଇଛି।
ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ୪ହଜାର ଟଙ୍କା ବାଦ୍, ଯଦି ଅତିରିକ୍ତ ଖର୍ଚ୍ଚ ପଡ଼େ ମୃତକଙ୍କ ପରିବାରଙ୍କୁ ଏହା ବହନ କରିବାକୁ ପଡ଼ିବ ବୋଲି ସ୍ଥିର କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।