Gaurang’s Honest Gesture Wins Hearts: ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ମାନବିକତା ଦେଖାଇଲେ ଗୌରାଙ୍ଗ, ଧନ୍ୟବାଦ ଦେଲେ ମାଲିକ
ମାନବିକତା ଦେଖାଇ ପାଇଥିବା ଟଙ୍କା ବ୍ୟାଗକୁ ଫେରାଇଲେ ଗୌରାଙ୍ଗ। ତାଙ୍କର ଏଭଳି ପ୍ରୟାସ ପାଇଁ ସବୁଠି ପ୍ରଶଂସା ସାଉଁଟିଛନ୍ତି। ସୂଚନା ଅନୁସାରେ, ବାଲେଶ୍ବର କମର୍ଦା ଅଂଚଳର ପ୍ରୀତମ ଦତ୍ତ ଗତ ୧୭ ତାରିଖ ଦିନ ଶ୍ୱଶୁର ଘରକୁ ଯିବା ବାଟରେ ଭଦ୍ରକ ଚରମ୍ପା ଷ୍ଟେସନ ଅଂଚଳରେ ତାଙ୍କର ଏକ ବ୍ୟାଗ କେଉଁଠି ପଡିଯାଇଥିଲା। ପରେ ସ୍ଥାନୀୟ ଅଞ୍ଚଳର ଗୌରାଙ୍ଗ ପଣ୍ଡା ବ୍ୟାଗଟିକୁ ପାଇଥିଲେ । ବ୍ୟାଗଟି ଖୋଲି ଦେଖିବା ପରେ ଟଙ୍କା ଓ କିଛି ରୁପା ଅଳଙ୍କାର ଥିବା ଦେଖିଥିଲେ।
ପରେ ଭଦ୍ରକ ଏସପିଙ୍କୁ ଭେଟି ଟଙ୍କା ବ୍ୟାଗ ଉଚିତ ମାଲିକଙ୍କୁ ଫେରସ୍ତ ପାଇଁ ସେ ଅନୁରୋଧ କରିଥିଲେ। ଏସପି ମନୋଜ ରାଉତ ସହରାଞ୍ଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ବିଭିନ୍ନ ଲୋକଙ୍କୁ ଯୋଗାଯୋଗ କରିବା ପରେ ପ୍ରୀତମଙ୍କର ବ୍ୟାଗ ବୋଲି ଜଣାପଡିଥିଲା । ପରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇ ଥିଲା ପୋଲିସ। ପ୍ରୀତମ ବ୍ୟାଗ ପାଇ ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେବା ସହ ବ୍ୟାଗ ପାଇଥିବା ଗୌରାଙ୍ଗ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଗୌରାଙ୍ଗଙ୍କ ଏଭଳି କାମକୁ ସବୁଠି ପ୍ରଶଂସା କରାଯାଉଛି।
ମାନବିକତା ଦେଖାଇଲେ ଗୌରାଙ୍ଗ
ପାଇଥିବା ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇଲେ
ମହାନତା ଦେଖାଇଲେ ଭଦ୍ରକ ଅଂଚଳର ଗୌରାଙ୍ଗ
ଟଙ୍କା ବ୍ୟାଗର ମାଲିକ ପ୍ରୀତମଙ୍କୁ ଫେରାଇଲା ପୋଲିସ
ଗୌରାଙ୍ଗଙ୍କୁ ଧନ୍ୟବାଦ ଜଣାଇଲେ ପ୍ରୀତମ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।