Gen-Z: ଲଦାଖରେ ଜଣେ ଯୁବତୀଙ୍କ ହଙ୍ଗମା: କହିଲେ, ଆମେ Gen-Z… ନିୟମ ମାନିବୁନି!

Aug 20, 2026 - 19:00
Gen-Z: ଲଦାଖରେ ଜଣେ ଯୁବତୀଙ୍କ ହଙ୍ଗମା: କହିଲେ, ଆମେ Gen-Z… ନିୟମ ମାନିବୁନି!

"ନୂଆଦିଲ୍ଲୀ: “ଆମେ Gen-Z… ଏତେ Nonsense ବରଦାସ୍ତ କରିବୁ ନାହିଁ!” ଲଦାଖର ବରଫାବୃତ ପାହାଡ଼ ଭିତରେ ହଠାତ୍ ଶୁଣିବାକୁ ମିଳିଲା ଏଭଳି ଦମ୍ଭଭରା ସ୍ୱର।

ଚେକପୋଷ୍ଟରେ ଘଣ୍ଟା ଘଣ୍ଟା ଅଟକିବା ପରେ ଜଣେ ଯୁବତୀଙ୍କ ରାଗ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି ।

ଭିଡିଓ ଭାଇରାଲ୍ ହେଲା ଆଉ ଆରମ୍ଭ ହେଲା ତର୍କ Gen-Z ହେବାର ଅର୍ଥ କ"ଣ ନିୟମ ମାନିବାକୁ ମନା କରିବା?

ଆସନ୍ତୁ  ଜାଣିବା ପୁରା ଘଟଣା  ଯୁବତି କାହିକି ଏପରି ପାଟି କଲେ ?

ସ୍ଥାନ ହେଉଛି  ଲଦାଖର ମିନିମାର୍ଗ ଚେକପୋଷ୍ଟ… ପର୍ଯ୍ୟଟକଙ୍କ ଗାଡ଼ି ଅଟକାଇଥିଲା ପ୍ରଶାସନ।

କାରଣ ଟ୍ରାଫିକ କଟକଣା ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା।

ପ୍ରାୟ ପାଞ୍ଚ ଘଣ୍ଟା ଧରି ଅପେକ୍ଷା କରିବା ପରେ ଜଣେ ଯୁବତୀ ଜଣଙ୍କ ଧୈର୍ଯ୍ୟହରା ହୋଇପଡିଥିଲେ ।

ସେ ଚେକପୋଷ୍ଟରେ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ନିଜ ଫୋନରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ କରିଥିଲେ।

ଭିଡିଓରେ ଯୁବତୀ ନିଜକୁ “Gen-Z” ବୋଲି ପରିଚୟ ଦେଇ ସୁରକ୍ଷା ପ୍ରୋଟୋକଲ୍‌କୁ ନେଇ ଆପତ୍ତି ଉଠାଇଥିବା ଦେଖାଯାଉଛି।

ଭିଡିଓଟି ପୁରୁଣା ।

କିନ୍ତୁ ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହେବା ପରେ ଏହାକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି।Advertisment ଅଧିକ ପଢନ୍ତୁ:  Trump"s "Economic D-Day" : ବିଫଳ ହୋଇଥିବା ନୀତି ପୁଣିଥରେ ଲାଗୁ କରିବା ଆମେରିକା ପାଇଁ ପରାଜୟ ଆଣିବ: ତେହରାନ ଭିଡିଓଟି ଉପରେ ପ୍ରତିକ୍ରିୟା ରଖିଥିଲେ ଓମାର ଅବଦୁଲ୍ଲା ।

ତାଙ୍କ ମତରେ, ଛୋଟ ଛୋଟ କଥାରେ Gen-Z ପରିଚୟକୁ ଧମକ ଭଳି ବ୍ୟବହାର କଲେ, ସମଗ୍ର Gen-Z ପିଢ଼ି ପ୍ରତି ଲୋକଙ୍କ ସହାନୁଭୂତି କମିପାରେ।

ଭାରତୀୟ ସେନା ପକ୍ଷରୁ  ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି ଭିଡିଓଟି ଜୁଲାଇ ମାସର ପୁରୁଣା ଘଟଣା।

ଆଉ ଭିଡିଓରେ ଥିବା ଚେକପୋଷ୍ଟ ସେନାର ନୁହେଁ, ପୋଲିସର।

ତେଣୁ ଏହି ଘଟଣା ସହ ଭାରତୀୟ ସେନାର କୌଣସି ସମ୍ପର୍କ ନାହିଁ।

ତେବେ ପ୍ରଶ୍ନ ଉଠୁଛି Gen-Z ହେବା କ"ଣ ନିୟମ ଭାଙ୍ଗିବାର ଲାଇସେନ୍ସ?

ନା ନିଜ ଅଧିକାର ପାଇଁ ପ୍ରଶ୍ନ କରିବାର ଏକ ନୂଆ ଶୈଳୀ?

ଲଦାଖର ଏହି ଭିଡିଓ ହୁଏତ ଏକ ଛୋଟ ଘଟଣା… କିନ୍ତୁ ଏହା ଛାଡ଼ିଯାଇଛି ବଡ଼ ପ୍ରଶ୍ନ  ପରିଚୟ ଯେତେବେଳେ ଯୁକ୍ତିଠାରୁ ବଡ଼ ହୋଇଯାଏ, ସେତେବେଳେ ତାହା ପ୍ରତିବାଦ ରହେ ନା ଦାଦାଗିରି?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।