Giant Vessel From Australia Docks at Paradip Port: ପାରାଦୀପ ବନ୍ଦରରେ ବର୍ଥିଂ ହେଲା ବିଶାଳକାୟ ଜାହାଜ, ଆସିଛି ଅଷ୍ଟ୍ରେଲିଆରୁ
ପାରାଦୀପ ବନ୍ଦରରେ ବର୍ଥିଂ ହୋଇଛି ବିଶାଳକାୟ କେପସାଇଜ୍ ଜାହାଜ ଏମଭି ମିନେରାଲ କ୍ବାଙ୍ଗୟାଙ୍ଗ। ପ୍ରଥମଥର ପାଇଁ ପାରାଦୀପ ବନ୍ଦରର ୧ ନମ୍ବର ୱେଷ୍ଟର୍ଣ୍ଣ ଡକରେ ୧୬.୫ ମିଟର ଡ୍ରାଫ୍ଟ ବିଶିଷ୍ଟ ଏକ କେପସାଇଜ୍ ଜାହାଜକୁ ସଫଳତାର ସହ ବର୍ଥିଂ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୱେଷ୍ଟର୍ଣ୍ଣ ଡକ୍ ବର୍ଥ ଲୋକାର୍ପଣ ପୂର୍ବରୁ ପରୀକ୍ଷାମୂଳକ ଭାବେ ଏତେ ବଡ଼ ଜାହାଜକୁ ସଫଳତା ପୂର୍ବକ ବର୍ଥିଂ କରାଯାଇଛି।
ଅଷ୍ଟ୍ରେଲିଆର ହେ ପଏଣ୍ଟ ବନ୍ଦରରୁ ୧ ଲକ୍ଷ ୫୨ ହଜାର ୭୦୨ ମେଟ୍ରିକ୍ ଟନ୍ କୋକିଂ କୋଲ୍ ଆଣି ଆସିଛି ଏହି ୨୯୨ ମିଟର ଲମ୍ବ ଜାହାଜ। ଆଗାମୀ ଦିନରେ ୧୮.୫ମିଟର ଡ୍ରାଫ୍ଟ ବିଶିଷ୍ଟ ପଣ୍ୟବାହୀ ଜାହାଜ ପାରାଦୀପ ବନ୍ଦରରେ ସଫଳତାପୂର୍ବକ ବର୍ଥିଂ କରିବାକୁ ପାରାଦୀପ ବନ୍ଦର ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।...
ପାରାଦୀପ ବନ୍ଦରରେ ବର୍ଥିଂ ହେଲା ବିଶାଳକାୟ ଜାହାଜ
କେପସାଇଜ୍ ଜାହାଜ ଏମଭି ମିନେରାଲ କ୍ବାଙ୍ଗୟାଙ୍ଗ
ପ୍ରଥମ ଥର ୧ ନମ୍ବର ୱେଷ୍ଟର୍ଣ୍ଣ ଡକରେ ଲାଗିଲା ବଡ଼ ଜାହାଜ
୧୬.୫ ମିଟର ଡ୍ରାଫ୍ଟ ଓ ୨୯୨ ମିଟର ଲମ୍ବ ଜାହାଜର ବର୍ଥିଂ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।